Latest Odisha News

BREAKING NEWS

ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ; ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି

ଭୁବନେଶ୍ୱର:  ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି । ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ସିନିୟର । ଆକ୍ରମଣର ଶିକାର ଛାତ୍ର ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି । ମାରପିଟ୍ ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ପୀଡ଼ିତ ଛାତ୍ର ଜଣକ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର । ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ । ପରେ ଦ୍ୱିତୀୟ ବର୍ଷ ଛାତ୍ର ମାନେ ତାଙ୍କୁ ମେନ୍ ଗେଟରୁ ଘୋଷାରି ଘୋଷାରି ସାଇନ୍ସ ବ୍ଲକ ଯାଏଁ ନେଇଥିଲେ । ତାଙ୍କୁ ଅକଥନୀୟ ମାଡ଼ ମଧ୍ୟ ମାରିଥିଲେ । ଏଥିରେ ଗୁରୁତର ଭାବେ ଆହତ ହୋଇଛନ୍ତି ଛାତ୍ର ଜଣକ ।

ପୀଡ଼ିତ ଛାତ୍ରଙ୍କ ପରିବାର ବଡଗଡ ଥାନାରେ ଏତଲା ଦେଇଛନ୍ତି ।ଭିଡିଓରୁ ୨ଜଣ ଆକ୍ରମଣକାରୀ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ଛାତ୍ରମାନେ ଆର୍ଟ୍ସ ବିଭାଗର ଛାତ୍ର । ତେବେ ଅଭିଯୁକ୍ତ ୩ଜଣ ଛାତ୍ର ଜୁନିୟର କଲେଜକୁ ସେସନ୍ ଆରମ୍ଭରୁ ଆସି ସେମାନଙ୍କୁ ହଇରାଣ କରୁଥିଲେ ବୋଲି ଜୁନିଅର ଛାତ୍ରମାନେ ଅଭିଯୋଗ କରିଛନ୍ତି ।

 

View this post on Instagram

 

A post shared by Odisha Sambad (@odishasambad)

Leave A Reply

Your email address will not be published.