Latest Odisha News

BREAKING NEWS

‘ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ସ୍ଥାନରେ ମିଳିବ 5G ସେବା’

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ୫ଜି (5G) ସେବା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବ। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ୫ଐରେ ବିକିରଣ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାର କୌଣସି ବିକିରଣ ପ୍ରଭାବ ନାହିଁ ବୋଲି ମୋଦୀ ସରକାରର ଅନ୍ୟତମ ପ୍ରମୁଖ ମନ୍ତ୍ରୀ ଏହା କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଓଡିଶା ୫ଜି ସେବା ପାଇବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିକିରଣ ପାଇଁ ଯେଉଁ ମାନକ ସ୍ଥିର କରିଛି। ସେହିମାନ ଅନୁଯାୟୀ ୫ଜି ସେବା ମିଳିବ। ଯାହାକି ଧାର୍ଯ୍ୟ ବିକିରଣଠୁ ୧୦ ଗୁଣା କମ ରହିଛି। ଲୋକମାନେ ଏହାକୁ ନେଇ ବିଭିନ୍ନ ଗୁଜବ ଉପରେ ବିଶ୍ୱାସ କରିବା ଠିକେ ହେବନି ବୋଲି ମନ୍ତ୍ରୀ କହିଛନ୍ତି।

ଏହି ୫ଜି ସେବା ଲଞ୍ଚ ହେଲେ ଉପଭୋକ୍ତାମାନେ ୪ଜି ତୁଳନାରେ ୧୦ ଗୁଣ ଅଧିକ ଏବଂ ୩ଐ ତୁଳନାରେ ୩୦ ଗୁଣ ଅଧିକ ବେଗରେ ସେବା ପାଇବେ।

ଯଦିଓ ସାରା ଦେଶରେ ୫ଜି ସେବାକୁ ସମସ୍ତେ ଅପେକ୍ଷା କରିଛନ୍ତି ହେଲେ ବିଶେଷଜ୍ଞ କହିଛନ୍ତି, ୫ଜିରେ ଇଣ୍ଟରନେଟ୍ ସ୍ପୀଡ୍ ୧୦୦ ଗୁଣ ବଢ଼ିପାରେ। ଏହା ସହିତ ଉପଭୋକ୍ତାମାନେ ଆଉ ଡାଉନଲୋଡ୍ ସମସ୍ୟାର ସମ୍ମୁଖୀନ ହେବେ ନାହିଁ କାରଣ ୫ଐ ଡାଉନଲୋଡ୍ ସ୍ପିଡଠୁ ଢ଼େର ଅଧିକ ବେଗରେ ଗତି କରିବ।

ଉଦାହରଣ ସ୍ୱରୂପ, ୨ଐ ନେଟୱର୍କରେ ଡାଉନଲୋଡ୍ ପାଇଁ ୫୬ ଘଣ୍ଟା, ୩ଐ ନେଟୱାର୍କରେ ଦୁଇ ଘଣ୍ଟା ଏବଂ ୪ଐ ନେଟୱାର୍କରେ ୪୦ ମିନିଟ୍ ୫ଐ ନେଟୱାର୍କରେ ମାତ୍ର ୩୫ ସେକେଣ୍ଡ ଲାଗିବ । ଏଥିରୁ ଅନୁମାନ କରିପାରିବେ ଆମର ଡିଜିଟାଲ୍ ଲାଇଫ ଷ୍ଟାଇଲ୍ କେତେ ଦ୍ରୁତ ଗତିରେ ଯାଉଛି।

Comments are closed.