ଭୁବନେଶ୍ୱର: ଓଡିଶାରେ ଆଉ ପାଞ୍ଚ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୭୯କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତି ବାଲେଶ୍ୱରର ବୋଲି ପ୍ରାଥମିକ ସୂଚନା ମିଳିଛି ।
ରାଜ୍ୟରେ ମୋଟ ୭୯ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ ଏଯାଏଁ ଚିକିତ୍ସା ପରେ ୨୫ ଜଣ ସୁସ୍ଥ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଥିବା କୋଭିଡ୧୯ ହସ୍ପିଟାଲରେ ୫୩ ଜଣ ଚିକିତ୍ସିତ ହେଉଛନ୍ତି ।
Comments are closed.