Latest Odisha News

BREAKING NEWS

ଭାରତୀୟ ଚିକିତ୍ସା ସଂଘର ଚେତାବନୀ; ଅପ୍ରେଲ୍ ୨୩ରେ ପାଳିବ କଳା ଦିବସ !

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉପରେ ହିଂସାକୁ ବିରୋଧ କରି ଚେତାବନୀ ଦେଲା ଦ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) । ହିଂସାକାରୀଙ୍କ ବିରୋଧରେ ତୁରନ୍ତ କେନ୍ଦ୍ରୀୟ ଆଇନ୍ ଲାଗୁ ନହେଲେ ଅପ୍ରେଲ ୨୩ରେ ପାଳିତ ହେବ କଳା ଦିବସ ।

୧୯୨୮ରେ ସ୍ଥାପିତ ହୋଇଥିବା IMA ଭାରତରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉପରେ ଲଗାତାର ହିଂସାତ୍ମକ ଘଟଣାକୁ ତୀବ୍ର ନିନ୍ଦା କରିଛି । ଏହାର ପ୍ରତିକ୍ରିୟା ସ୍ୱରୂପ ଅପ୍ରେଲ୍ ୨୨, ରାତି ୯ଟାରେ କ୍ୟାଣ୍ଡେଲ ଜାଳି ହିଂସା ବିରୋଧରେ ପ୍ରତିବାଦ କରିବେ ଭାରତର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ।

ଯଦି ହିଂସାକାରୀଙ୍କ ବିରୋଧରେ କେନ୍ଦ୍ର ତୁରନ୍ତ ପଦକ୍ଷପ ଗ୍ରହଣ ନ କରେ ତେବେ ଅପ୍ରେଲ ୨୩କୁ କଳା ଦିବସ ରୂପେ ପାଳନ କରିବା ନେଇ IMA ଚେତାବନୀ ଦେଇଛି । ଏହି ଦିନ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହାତରେ କଳାବ୍ୟାଚ୍ ପିନ୍ଧି ଡ୍ୟୁଟିରେ ଯୋଗଦେବେ ।

Leave A Reply

Your email address will not be published.