ବ୍ରହ୍ମପୁର: ଗଞ୍ଜାମ ଜିଲାରେ ତୃତୀୟ ପର୍ଯ୍ୟନ୍ତ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ଗତ ମଙ୍ଗଳବାର ଭିଡ଼ିଓ କନ୍ଫ୍ରେନ୍ସିଂରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଭବିଷ୍ୟତରେ କିଏ କ’ଣ ହେବାକୁ ଚାହୁଁଛନ୍ତି, ସେନେଇ ସଚିବ ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ। ଚିକିଟି ବ୍ଲକର ଏକ ସରକାରୀ ବିଦ୍ୟାଳୟର ଛାତ୍ର ସୁରଦ ଭାସ୍କର କହିଥିଲେ, ସେ ଭବିଷ୍ୟତରେ ପାଇଲଟ ହେବାକୁ ଚାହୁଁଛନ୍ତି। ବିଦ୍ୟାଳୟ ରୂପାନ୍ତରୀକରଣ ଯୋଗୁ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଭାସ୍କରଙ୍କ ଠାରୁ ଏଭଳି ଉତ୍ତର ଶୁଣି ଗଭୀର ପ୍ରଭାବିତ ହୋଇଥିଲେ ସଚିବ ପାଣ୍ଡିଆନ୍। ବିଜୁ ପଟ୍ଟନାୟକଙ୍କ ଜୀବନକୁ ନେଇ ପ୍ରସ୍ତୁତ କମିକ୍ସ ପୁସ୍ତକ ‘ ଦ ଆଡଭେନ୍ସଚର୍ସ ଅଫ୍ ଦ ଡେରଡେଭିଲ୍ ଡେମୋକ୍ରାଟ୍’କୁ ଭାସ୍କରଙ୍କ ପାଇଁ ପଠାଇଥିଲେ। ଶୁକ୍ରବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ପୁସ୍ତକ ଭାସ୍କରଙ୍କୁ ହସ୍ତାନ୍ତର କରିଛନ୍ତି। ପୁସ୍ତକ ପାଇବା ପରେ ଖୁସୀ ପ୍ରକାଶ କରିଥିଲେ ଭାସ୍କର। ଅନ୍ୟପଟେ ସଚିବ ପାଣ୍ଡିଆନ୍ ଜଣେ ଛାତ୍ରଙ୍କ ସ୍ବପ୍ନ ବିଷୟରେ ଶୁଣିବା ପରେ ତାଙ୍କ ପାଖକୁ ପୁସ୍ତକ ପଠାଇବାକୁ ନେଇ ଜିଲାରେ ଆଲୋଚନାର ବିଷୟ ହୋଇଛି। ଅନେକ ତାଙ୍କୁ ପ୍ରଶଂସା କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ୫-ଟି ସଚିବ ପାଣ୍ଡିଆନ୍ ୨୦୦୭ ଏପ୍ରିଲ୍ରୁ ୨୦୧୧ ଏପ୍ରିଲ୍ ପର୍ଯ୍ୟନ୍ତ ଗଞ୍ଜାମ ଜିଲାପାଳ ରହିଥିଲେ। ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୧୦୭ଟି ବିଦ୍ୟାଳୟ ରୂପାନ୍ତରିତ ହେବ।
BREAKING NEWS
- ଗିଡ଼ିପାବାଲିରୁ ଆଉ ୨ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
- ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଗଞ୍ଜାମକୁ ରିଲିଫ୍ ପଠାଇଲା ହିଣ୍ଡାଲକୋ
- ରଣଜୀ ଟ୍ରଫି: ସ୍ୱସ୍ତିକ ସାମଲଙ୍କ ସଂଘର୍ଷପୂର୍ଣ୍ଣ ୮୦ ରନ୍; ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍ ଡ୍ର
- ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ, ଆସନ୍ତା ୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା…
- ବର୍ଷାରେ ନଷ୍ଟ ହୋଇଗଲା ଧାନ ଫସଲ;ଚିନ୍ତାରେ ଯୁବ ଚାଷୀ କଲେ ଆତ୍ମହତ୍ୟା !
- ଆଇପିଏଲ ୨୦୨୭: ଅକ୍ସନ୍ ପୂର୍ବରୁ ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ବଡ଼ ଟ୍ରେଡ୍ ଡିଲ୍
- ଆହୁରି ୩ ଦିନ ଯାଏଁ ଝଡ଼-ତୋଫାନ, ଆଗକୁ ଖସିବ ତାପମାତ୍ରା…
- ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତିରେ ପିଲାଙ୍କୁ ମିଳିବ ନୂଆ ବହି: ମନ୍ତ୍ରୀ
- ୟୁଥ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ: ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ଓଡିଶାର ତନ୍ୱୀ
- ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ରୋନାଲ୍ଡୋ
Comments are closed.