Latest Odisha News

BREAKING NEWS

କଟକରେ ଉନ୍ନତିକରଣ ପ୍ରକଳ୍ପର ତଦାରଖ କଲେ 5T ସଚିବ

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଉନ୍ନତିକରଣ କାମର ସମୀକ୍ଷା କରିଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍ । ଆଜି ଭୋରରୁ ସେ କଟକରେ ପହଞ୍ଚିଥିଲେ । କଟକରେ ଚାଲିଥିବା ସମ୍ପ୍ରସାରଣ ଓ ଉନ୍ନତିକରଣ ଅଗ୍ରଗତିର ତଦାରଖ କରିଥିଲେ 5T ସଚିବ ।

ଭେରରୁ ଛତ୍ରବଜାର ଗସ୍ତ କରିଥିଲେ ଭି. କେ. ପାଣ୍ଡିଆନ୍ । ସେଠାରେ ଚାଲିଥିବା ଉନ୍ନୟନ୍ନମୂଳକ କାମର ତଦାରଖ କରିଥିଲେ । ପରେ ତାଳଦଣ୍ଡା କେନାଲ ସମ୍ପ୍ରସାରଣ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ 5T ସଚିବ । ତାଳଦଣ୍ଡା କେନାଲ ରୋଡକୁ ତିନି ଲେନ୍ ବିଶିଷ୍ଟ କରାଯିବ । ଏହା ରିଂ ରୋଡ୍ ସହ ଯୋଡ଼ି ହେବ । ଯାହାଦ୍ୱାରା ଏସସିବିକୁ ଆସୁଥିବା ରୋୀଗୀଙ୍କୁ ଆଉ ଅସୁବିଧା ହେବ ନାହିଁ ।

ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ସହ କଟକ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ଏହି ଗସ୍ତ ବେଳେ ତାଙ୍କ ସହ ଥିଲେ ପୂର୍ତ୍ତ ଓ ଶକ୍ତି ସଚିବ । କେନ୍ଦ୍ରାଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସାମିଲ ଥିଲେ ।

Leave A Reply

Your email address will not be published.