Latest Odisha News

BREAKING NEWS

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ବାହାରିଲା, ଟିକେଟ ଲବି ଜୋରଦାର

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୬ ମାନାଙ୍କନ ଦାଖଲର ଶେଷ ଦିନ । ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୯ ତାରିଖ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ଭୋଟ୍ ନିଆଯିବ । କୋଭିଡ୍ କଟକଣା ଭିତରେ ହେବ ନିର୍ବାଚନ । ନଭେମ୍ବର ୧୦ ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।
ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ଉଷ୍ଣ ହୋଇଛି ରାଜନୈତିକ ପାଣିପାଗ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତ । ଏହି ଦୁଇଟି ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଏବେ ଛକାପଞ୍ଝା ।
କାହାକୁ କେଉଁ ଦଳରୁ ଟିକେଟ ?
ସବୁ ଦଳରେ ଟିକେଟ ଆଶାୟୀ ଅଧିକ । କାହାକୁ ମିଳିବ ଟିକେଟ ତାପରେ ଏବେ ସମସ୍ତଙ୍କ ନଜର ରହିଛି । କୋଭିଡ୍ କାଳରେ ଉପନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଲଢ଼େଇ ହେବ । ବାଲେଶ୍ୱର ସଦର ଆସନ ବିଜେପି ହାତରେ ଥିଲା । ସେହିପରି ତିର୍ତ୍ତୋଲ ବିଜେଡି ଜିତିଥିଲା ।

Leave A Reply

Your email address will not be published.