Latest Odisha News

BREAKING NEWS

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ୫ଟି ସଚିବ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ତବ୍‌ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ସମାବେଶରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ ୧୦୪ ନମ୍ବରରେ ଫୋନ କରି ଜଣାଇବା ଏବଂ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ କରାଯାଇଥିବା ଅପିଲ ପରୀପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ କୁହାଯାଇଛି ।
ଏହି ସମୟରେ ପ୍ରଶାସନ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଏକାଠି ଉତ୍ତମ ସମନ୍ୱୟର ସହିତ ସବୁ ସ୍ତରରେ କାର୍ଯ୍ୟ କରି ସମାବେଶ ଫେରନ୍ତାଙ୍କ ଚିହ୍ନଟ ଏବଂ ସେମାନଙ୍କୁ ଡାକ୍ତରୀ ସହାୟତା ଏବଂ ଟେଷ୍ଟିଂ ପାଇଁ ସହମତ କରିବା ଦିଗରେ ପ୍ରୟାସ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ୫ଟି ସଚିବ କହିଛନ୍ତି ।

ଜିଲ୍ଲାପାଳ ଓ ଏସ୍‌ପିମାନେ ଆବଶ୍ୟକ ସ୍ଥଳେ ନିଜ ଅଞ୍ଚଳର ଧାର୍ମିକ ନେତାମାନଙ୍କୁ ବାରମ୍ବାର ଅନୁରୋଧ କରିବା ସହିତ ପ୍ରତ୍ୟାବର୍ତ୍ତନକାରୀମାନଙ୍କୁ ଠାବ କରି ଟେଷ୍ଟିଂ ପାଇଁ ଉତ୍ସାହିତ କରିବାକୁ ସେ କହିଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଚ୍ୟାନେଲ ବ୍ୟବହାର କରିବା ସହିତ ଫେରିଥିବା ବ୍ୟକ୍ତିଙ୍କୁ ଆଶ୍ୱାସନା ଦେଇ କୋଭିଡ୧୯ ପରାକ୍ଷା କରିବାକୁ ସେ ପରାମର୍ଶ ଦେଇଚନ୍ତି ।

ଯଦି କୌଣସି ନିଜାମୁଦ୍ଦିନ ସମାବେଶ ଫେରନ୍ତା ଠିକ୍ ସମୟ ଭିତରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ୧୦୪କୁ ନ ଜଣାନ୍ତି ତେବେ ଏହା ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ ଏବଂ ରାଜ୍ୟ ପାଇଁ ମହଙ୍ଗା ପଡିପାରେ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି । ଆସନ୍ତା ୪୮ ଘଣ୍ଟା ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ସମୟରେ ସବୁ ପ୍ରକାର ଚେଷ୍ଟା କରିବା ପାଇଁ ସେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ କହିଛନ୍ତି ।

Leave A Reply

Your email address will not be published.