Latest Odisha News

BREAKING NEWS

ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ବୁଧବାର ସକାଳୁ ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଚାଲୁଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ବୁଧବାର ଭୋର ପାଖାପାଖି ସାଢେ ୪ ଟା ସମୟରେ ପାଣ୍ଡିଆନଙ୍କ ସହ ପୂର୍ତ୍ତ ବିଭାଗ ସଚିବ କୃଷ୍ଣ କୁମାର , ଭୁବନେଶ୍ୱର ଡିସିପି ଅନୁପ ସାହୁ ଓ ଖୋର୍ଦ୍ଧା ଏଡିଏମ୍ ମନୋରଞ୍ଜନ ମଲ୍ଲିକ ପ୍ରଭୃତ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ମନ୍ଦିରର ବିକାଶ ପାଇଁ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ରାଜ୍ୟସରକାର ନିକଟରେ ମନ୍ଦିର ଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ୮.୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ଆଧାର କରି ଭୁବନେଶ୍ୱର ଉନ୍ନୟନ ନିଗମ ଓ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଉଚ୍ଛେଦ କରିଛନ୍ତି ।

Comments are closed.