Latest Odisha News

BREAKING NEWS

‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ସ୍ୱାଗତିକା

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଯୁବତୀ ସ୍ୱାଗତିକା କୁଅଁର ‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ରେ ବିଜୟ ମୁକୁଟ ପିନ୍ଧି ସାରା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।

ପିଲାଟି ଦିନରୁ ସ୍ୱାଗତିକା ମଡ଼େଲିଂ କରିବାକୁ ବେଶ୍ ଭଲ ପାଆନ୍ତି । ଏକ ମଧ୍ୟବିତ୍ତ ପରିବାରରେ ବଢି ଆସିଥିବା ତଥା ବଲାଙ୍ଗୀରର ବାସିନ୍ଦା ସ୍ୱାଗତିକା ଯୁକ୍ତ ୩ ତୃତୀୟ ବର୍ଷରେ ଏବେ ଅଧ୍ୟୟନ କରୁଛନ୍ତି । ତାଙ୍କର ଏହି ସଫଳତା ଲାଗି ସେ ତାଙ୍କର ପିତାମାତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସ୍ୱାଗତିକାଙ୍କ ପିତାମାତା ରମାବତୀ ଓ ସୁଦର୍ଶନ କୁଅଁର ହିଁ ତାଙ୍କୁ ମଡ଼େଲିଂ ଲାଗି ବେଶ୍ ଉତ୍ସାହିତ କରିବା ସହିତ ଅନେକ ପ୍ରେରଣା ଦେଇଛନ୍ତି ବୋଲି ସେ କୁହନ୍ତି ।

ସମଗ୍ର ଦେଶରୁ ଆସିଥିବା ବଛା ବଛା ୫୦ ଜଣ ସୁନ୍ଦରୀଙ୍କ ମଧ୍ୟରେ ସ୍ୱାଗତିକା ଶ୍ରେଷ୍ଠ ବିବେଚିତ ହୋଇ ଏହି ସମ୍ମାନ ହାସଲ କରିପାରିଛନ୍ତି ।

ଏହି କଣ୍ଟେଷ୍ଟକୁ ପରିଚାଳିତ କରୁଥିବା ଅନୁଷ୍ଠାନ ଏମଏସ କ୍ରିଏସନ୍ ପକ୍ଷରୁ ଏକ ୱେବ ସିରିଜରେ କାର୍ଯ୍ୟ କରିବାକୁ ସେ ସୁଯୋଗ ମଧ୍ୟ ହାସଲ କରିପାରିଛନ୍ତି । ଇତିମଧ୍ୟରେ ସେ ୱେବସିରିଜ୍ ଲାଗି ୨ଟି ଅଫର୍ ମଧ୍ୟ ପାଇସାରିଛନ୍ତି ।

Leave A Reply

Your email address will not be published.