Latest Odisha News

BREAKING NEWS

ରାଜ୍ୟରେ ପଞ୍ଚମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ମୃତକ ଜଣଙ୍କ କଟକ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବୟସ ୭୫ ବର୍ଷ ବୋଲି ଜଣାପଡିଛି ।

ଏହି ବ୍ୟକ୍ତି ଜଣଙ୍କ କରୋନା ରୋଗ ସହ ଅନ୍ୟାନ୍ୟ ରୋଗରେ ପୀଡିତ ହୋଇ ଏମସ୍ ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ସହ ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି । ଏହାପୂର୍ବରୁ ଗଞ୍ଜାମ ଏବଂ ଭୁବନେଶ୍ୱରରେ ଦୁଇଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

Comments are closed.