Latest Odisha News

BREAKING NEWS

ଆଜିଠୁ ଦୁଇ ଦିନ ଯାଏଁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ

ପୁରୀ: ସୁପର ସାଇକ୍ଲୋନ୍ ଅମ୍ଫାନ ଓଡିଶାର ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଠାରୁ ଦୁଇ ଦିନ ଯାଏଁ ରଥ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

ଏହି ବାତ୍ୟା ପ୍ରଭାବରେ ପୁରୀ ସମେତ ଉପକୂଳବର୍ତ୍ତୀ ଜିଲ୍ଲାକୁ ପ୍ରବଳ ବର୍ଷା ଆଶଙ୍କା ରହିଛି।

ଅଧିକ ପଢନ୍ତୁ- ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି ହେବା ଆଶଙ୍କା ରହିଛି, ଜାଣନ୍ତୁ

ଗଣମାଧ୍ୟମକୁ ସୂଚନା ଦେଇ ମନ୍ଦିରର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି କହିଛନ୍ତି ଯେ, ତେଣୁ ମନ୍ଦିର ପ୍ରଶାସନ ଆଜି ଠାରୁ ରଥ ନିର୍ମାଣକୁ ଦୁଇ ଦିନ ଲାଗି ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ସମୟରେ ମେ ୨୧ରୁ ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବ।

ଅଧିକ ପଢନ୍ତୁ- ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

Leave A Reply

Your email address will not be published.