Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୫ମ ଦିନ; ଶ୍ରୀକୃଷ୍ଣଙ୍କ କାଳୀୟଦଳନରେ ବିମୁଗ୍ଧ ଦର୍ଶକ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୫ମ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କ ବାଲ୍ୟଲୀଳାରେ ଗୋପପୁରବାସୀ ମନ୍ତ୍ରମୁଗ୍ଧ ହେବାସହ ତାଙ୍କର ଦହିଚୋରୀରେ ଅତିଷ୍ଠ ହୋଇପଡିଛନ୍ତି ମଧ୍ୟ ।

ଏଥିସହିତ କୃଷ୍ଣ ପ୍ରେମମୟ ହୋଇଥିବା ଗୋପପୁରବାସୀ ପ୍ରଭୁଙ୍କର ଦୁଷ୍ଟାମୀରେ ଏକପ୍ରକାର ଅତିଷ୍ଠ ହୋଇପଡିଛନ୍ତି । ଦୁଷ୍ଟ କୃଷ୍ଣଙ୍କୁ ସାବାଡ୍ କରିବାକୁ ଯାଇ ମା’ ତାଙ୍କୁ ବାନ୍ଧି ଦେଇଛନ୍ତି, ଯାହାଫଳରେ ପ୍ରଭୁ ମା’ଙ୍କୁ ନିଜର ଅଲୌକିକ ବିଶ୍ୱରୂପ ପ୍ରଦର୍ଶନ କରିଛନ୍ତି । ଏଥିସହିତ ଗୋଠକୁ ଯାଇ ଦୁଇ ଭାଇଙ୍କ ଗାଈ ଚରାଇବା ଓ ଗୋପାଳକଙ୍କ ସହିତ ମିଶି ଦଧି ଚୋରୀ କରିବା ଦୃଶ୍ୟ ଖୁବ୍ ମନୋରମ ମଧ୍ୟ ଥିଲା ।

ଅପରପକ୍ଷରେ କଂସ ମହାରାଜାଙ୍କର ଗୋଟିଏ ପରେ ଗୋଟିଏ ଚାଲ୍ ବିଫଳ ହେଉଥିବା ସେ ସମ୍ପୂର୍ଣ୍ଣ ଅଧର୍ଯ୍ୟ ହୋଇପଡିଛନ୍ତି । ପରେ ମନ୍ତ୍ରୀ ପରିଷଦମାନଙ୍କୁ ଡକାଇ ଯୁଦ୍ଧ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । ଏପରିକି ଯୁଦ୍ଧ ରଣକୌଶଳ ପ୍ରସ୍ତୁତି ପାଇଁ ମନ୍ତ୍ରୀ ପରିଷଦଙ୍କୁ ସେ ଏକପ୍ରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ରେ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଛି ।

ଅପରପକ୍ଷରେ ପ୍ରବଳ ଶୀତର ପ୍ରକୋପ ସତ୍ୱେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ତଥା ପର୍ଯ୍ୟଟକମାନଙ୍କର ପ୍ରବଳ ଜନ ସମାବେଶ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.