Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । କୁମ୍ଭୀର ଗଣନା ପାଇଁ ଗତ ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା।

ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ବର୍ଷ ୧୭୪୨ଟି ବଉଳା କୁମ୍ଭୀର ଥିବାବେଳେ ଏବର୍ଷ ଏହା ୧୭୫୭କୁ ବୃଦ୍ଧି ପାଇଛି।

ରାଜନଗର ମାନଗ୍ରୋଭ(ବନ୍ୟଜୀବ) ବନଖଣ୍ଡର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ବିକାଶ ରଞ୍ଜନ ଦାସ କହିଛନ୍ତି, ଚଳିତ ବର୍ଷ ମହାନଦୀ ଡେଲଟା ଅଞ୍ଚଳରୁ ଆଲବିନୋ ପ୍ରଜାତି ସହ ପାଖାପାଖି ୧୭୫୭ କୁମ୍ଭୀର ଦେଖାଯାଇଥିଲା ।

ଏହାବ୍ୟତିତ ପ୍ରାୟ ୨୩ ଜଣ ବିଶେଷଜ୍ଞଙ୍କ ଟିମ୍ ଭିତରକନିକା ଜାତୀୟ ଉଦ୍ୟାନ, ଗହୀରମଥା ରେଞ୍ଜ, ମହାକାଳପଡା ରେଞ୍ଜ ଓ ରାଜନଗର ରେଞ୍ଜରେ ଏହି କୁମ୍ଭୀର ଗଣନା କରିଥିଲେ ।

ଚଳିତ ବର୍ଷ କୁମ୍ଭୀର ଗଣନା ରିପୋର୍ଟ ଅନୁଯାୟୀ ୬୨୦ଟି (ଶାବକ), ୩୨୫ (ବର୍ଷିକିଆ) , ୨୮୮ (ଦୁଇ ବର୍ଷିଆ),୧୮୫ (୪ରୁ୫ ବର୍ଷ), ୩୩୯ଟି ବୟସ୍କ କୁମ୍ଭୀରକୁ ଏହି ଗଣନା ବେଳେ ଠାବ କରାଯାଇଛି ।

ଏହି ସରିସୃପ ମଧ୍ୟରେ ୧୫ଟି ଧଳା କୁମ୍ଭୀର ଠାବ କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନାନୁଯାୟୀ ଭିତରକନିକାର କନିକା ରେଞ୍ଜର ମହିଁଷାମୁଣ୍ଡା ନିକଟରେ ଏକ ୨୧ଫୁଟ୍ ଲମ୍ବର ପ୍ରକାଣ୍ଡକାୟ କୁମ୍ଭୀରକୁ ମଧ୍ୟ ଠାବ କରାଯାଇଛି ।

Leave A Reply

Your email address will not be published.