Latest Odisha News

BREAKING NEWS

‘ଟାଟାଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ’ର ୫ମ ସଂସ୍କରଣ; ଏକତ୍ରିତ ହେବେ ସାଂସ୍କୃତିକ ଜଗତର ଖ୍ୟତନାମା ବ୍ୟକ୍ତିତ୍ୱ  

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୦ ମସିହା ଜାନୁଆରୀ ୧୦ ରୁ ୧୨ ତାରିଖ ମଧ୍ୟରେ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ (ଟିଏସ୍ବିଏଲ୍ଏମ୍) ର ୫ମ ସଂସ୍କରଣ ଆୟୋଜନ କରାଯିବା ନେଇ ଟାଟା ଷ୍ଟିଲ ପକ୍ଷରୁ ଘୋଷଣା କରାଯାଇଛି ।

ଉକ୍ତ ସାହିତ୍ୟୋତ୍ସବରେ ୩ ଦିନ ଧରି ସଂଗୀତ, ନୃତ୍ୟ ଓ ମଂଚ ପ୍ରଦର୍ଶନ ସହିତ ସାହିତ୍ୟ ଓ ଏହା ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ପ୍ରତିଭାବାନ ସାହିତ୍ୟିକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ଅଞ୍ଚଳର ସମୃଦ୍ଧ ସଂସ୍କୃତିର ପ୍ରସାର ଲକ୍ଷ୍ୟରେ ଟିଏସ୍ବିଏଲ୍ଏମର ୫ମ ସଂସ୍କରଣ ଆୟୋଜନ କରାଯାଉଛି ।

ଏହି ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ ବିଭାଗ ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ କହିଛନ୍ତି, “ସାଂସ୍କୃତିକ ଓ ବୌଦ୍ଧିକ କ୍ଷେତ୍ରରେ ଓଡ଼ିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାବେଳେ ଭାରତୀୟ ସାହିତ୍ୟର କିଛି ଅତୁଳନୀୟ ରଚନାରେ ରାଜ୍ୟର ଖ୍ୟାତନାମା ବ୍ୟକ୍ତିତ୍ୱଙ୍କ ଅଶେଷ ଯୋଗଦାନ ରହିଛି ।

ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ ଏକ ବାର୍ଷିକ କାର୍ଯ୍ୟକ୍ରମ, ଯାହା ଭୁବନେଶ୍ୱରର ବିଚାରଶୀଳ ଦର୍ଶକ ଓ ବିଭିନ୍ନ ସ୍ଥାନରୁ ଆସିଥିବା କଳାତ୍ମକ ଓ ସାଂସ୍କୃତିକ କ୍ଷେତ୍ରର ପୁରୋଧାଙ୍କ ମଧ୍ୟରେ ଯୋଗସୁତ୍ର ସ୍ଥାପନ କରିବା ପାଇଁ ଏକ ମଂଚ ପ୍ରଦାନ କରିଥାଏ । ଏହି ସାଂସ୍କୃତିକ ଉତ୍ସବ ପ୍ରତି ଲୋକମାନଙ୍କ ଆଗ୍ରହ ପ୍ରତ୍ୟେକ ବର୍ଷ ଆମକୁ ଉକ୍ତ କାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିବାକୁ ପ୍ରୋତ୍ସାହିତ କରୁଛି । ଚଳିତ ବର୍ଷ ମଧ୍ୟ ଏହି ସାହିତ୍ୟୋତ୍ସବ ସାହିତ୍ୟିକ ଓ
ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବ ବୋଲି ମୋର ଦୃଢ ବିଶ୍ୱାସ ରହିଛି” ।

ଗୋଟିଏ ମଂଚରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କଳାକାରମାନଙ୍କୁ ଏକତ୍ରିତ କରି ଓଡ଼ିଆ ସାହିତ୍ୟୋତ୍ସବ ପାଳନର ଗୁରୁତ୍ୱ
ଉପରେ ବିଶ୍ୱାସ ସହିତ ଟାଟା ଷ୍ଟିଲ ପକ୍ଷରୁ ୨୦୧୬ ମସିହାରେ ଟିଏସ୍ବିଏଲଏମ୍ର ଶୁଭାରମ୍ଭ ପାଇଁ ଗେମ୍ ପ୍ଲାନ୍ ସ୍ପୋର୍ଟ୍ସକୁ
ଏଥିରେ ସାମିଲ କରାଯାଇଥିଲା ।

ପ୍ରଥମ ବର୍ଷରୁ ହିଁ ଟିଏସ୍ବିଏଲ୍ଏମ୍ରେ ଓଡ଼ିଶା ସହିତ ଦେଶ ଏବଂ ବିଶ୍ୱର ପ୍ରମୁଖ ଲେଖକ ଓ
ବକ୍ତା ସାମିଲ ହୋଇଥିଲେ । ବିଗତ କିଛି ବର୍ଷ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ରସ୍କିନ୍ ବଣ୍ଡ, ନୟନତାରା ସେହଗଲ, କିରଣ
ନାଗରକର, ୱାହିଦା ରେହମାନ, ମନୋଜ ଦାସ, ଇଲିଆନା ସିତାରସ୍ତୀ, ମାର୍କ ଟୁଲି, ନନ୍ଦିତା ଦାସ ଏବଂ ୱିଲିୟମ୍ ଡାର୍ଲିମ୍ପଲଙ୍କ ଭଳି
ବହୁତ ଖ୍ୟାତାନାମା କଳାକାର ଏଥିରେ ସାମିଲ ହୋଇଛନ୍ତି ।

ଟିଏସ୍ବିଏଲ୍ଏମ୍ ଭୁବନେଶ୍ୱରର ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରର ଏକ ଅଭିନ୍ନ ଅଂଗ ହୋଇସାରିଛି, ଯେଉଁଥିରେ ନିୟମିତ ଭାବେ ଉଚ୍ଚ ପ୍ରତିଭା ସମ୍ପନ୍ନ କଳାକାର ଯୋଗ ଦେବା ସହିତ ଏହା ସ୍ଥାନୀୟ ସାଂସ୍କୃତିକ ଭାବନାକୁ ପ୍ରତିଫଳିତ କରୁଛି ।

ଗେମ୍ପ୍ଲାନ୍ ସ୍ପୋର୍ଟ୍ସର ନିର୍ଦ୍ଦେଶକ ମାଳବିକା ବାନାର୍ଜୀ କହିଛନ୍ତି, “ଓଡ଼ିଶାର ସାହିତ୍ୟ ପ୍ରେମୀଙ୍କୁ ସେମାନଙ୍କ ସାହିତ୍ୟ ପ୍ରତି ପ୍ରେମ ଓ
ଭାବ ଆଦାନ ପ୍ରଦାନ କରିବା ପାଇଁ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ ଉପଯୁକ୍ତ ମ ପ୍ରଦାନ କରିଥାଏ । ଟିଏସ୍ବିଏଲ୍ଏମର୍
ଏକ ମାଇଲଖୁ ବର୍ଷ ପାଳନ କରିବା ସହିତ ଆମେ ବିଶ୍ୱର ପ୍ରତିଭାଶାଳୀ ସାହିତ୍ୟିକଙ୍କ ସମାଗମକୁ ଅପେକ୍ଷା କରିଛୁ ।

ଓଡ଼ିଶାର ସାହିତ୍ୟ ଓ ସାଂସ୍କୃତିକ ଗୋଷ୍ଠୀର ଅପାର ସମର୍ଥନ ଓ ଟିଏସ୍ବିଏଲଏମ୍କୁ ସର୍ବଦା ଖୋଲା ହୃଦୟ ସହିତ ସ୍ୱାଗତ କରିଥିବା ସ୍ଥାନୀୟ ଆଳର ପୁସ୍ତକ ପ୍ରେମୀଙ୍କ ଉପସ୍ଥତିକୁ ଆମେ ଅପେକ୍ଷା କରିଛୁ” ।

ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ସାହିତ୍ୟୋତ୍ସବ ସାହିତ୍ୟ, କବିତା, ସାମ୍ପ୍ରତିକ ଘଟଣାବଳୀ ଓ ମହିଳାଙ୍କ ମାମଲା ଉପରେ ଗୁରୁତ୍ୱ ଦେବା ସହିତ ଅନନ୍ୱେଷିତ ବିଚାର ଓ ଅବାଧ ସ୍ୱର ଉପରେ ପର୍ଯ୍ୟବେଷିତ ରହିବ ।

ଉକ୍ତ କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧିବେଶନରେ
ଉଲ୍ଲେଖନୀୟ କଳାକାରଙ୍କ ସହିତ ଦର୍ଶକଙ୍କ ଆଲୋଚନା ଦେଖିବାର ସୁଯୋଗ ମିଳିବ । ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍ଷ୍ଟିଚ୍ୟୁଟ୍
ଅଫ୍ ମ୍ୟାନେଜମେ ରେ ୩ଦିନ ଧରି ମଂଚ ଉପରେ ବିଭିନ୍ନ ନୈପୁଣତା ଓ ଦୃଷ୍ଟିକୋଣର ମିଳନ ହେବ ।

ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଅମୋଲ ପାଲେକର, ଓଡ଼ିଶାର ପ୍ରତିଷ୍ଠିତ ମଂଚ ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର, ଭାରତୀୟ ସାମ୍ବାଦିକ କ୍ଷେତ୍ରର ପରିବ ର୍ିତ ସ୍ୱର ବାଚି କାରକାରିଆ, ଭାରତର ଅନ୍ୟତମ ହାସ୍ୟ କଳାକାର, ଲେଖକ ଓ ୟୁ ଟୁବର ବିଶ୍ୱ କଲ୍ୟାଣ ରଥ, ପରିଚିତ ଓଡ଼ିଆ କବି, ଉପନ୍ୟାସ ଲେଖିକା, ସାହିତ୍ୟ ସମୀକ୍ଷକ ଓ ସାମ୍ବାଦିକ ଡଃ ଗାୟତ୍ରୀବାଳା ପଣ୍ଡା, ପ୍ରତିଷ୍ଠିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀ ବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ, ବ୍ରିଟେନର ଅର୍ଥନୈତିଜ୍ଞ ଓ ଶ୍ରମିକ ରାଜନୈତିଜ୍ଞ ମେଘନାଦ ଦେଶାଇ, ଅନେକ ପ୍ରଦର୍ଶନ ପାଇଁ ପ୍ରଶଂସା ପତ୍ର ପାଇଥିବା ଭାରତୀୟ ଅଭିନେତ୍ରୀ ଓ ନିର୍ଦ୍ଦେଶକ ନନ୍ଦିତା ଦାସ, ଓଡ଼ିଆ ସାହିତ୍ୟର ପ୍ରଭାବଶାଳୀ ସ୍ୱର ପାରମିତା

ଶତପଥୀ ତ୍ରିପାଠୀ ଏବଂ ଓଡ଼ିଆ କାହାଣୀ ଲେଖକ, ଔପନ୍ୟାସିକ ଓ ସ୍ତମ୍ଭକାର ଡଃ ଗୌରହରି ଦାସଙ୍କ ଭଳି ପ୍ରତିଷ୍ଠିତ ବକ୍ତାମାନେ ଚଳିତ ବର୍ଷର ସାହିତ୍ୟୋତ୍ସବରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.