Latest Odisha News

ଅପରେସନ୍ ଗଙ୍ଗା: ୟୁକ୍ରେନରୁ ଫେରିଲେ ଆଉ ୨୪୯ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଶତାଧିକ ଭାରତୀୟ । ଏମାନଙ୍କ ଭିତରେ ଅଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ଅପରେସନ୍ ଗଙ୍ଗରେ ଭାରତରେ ପହଞ୍ଚିଛି ପଞ୍ଚମ ବିମାନ । ରୋମାନିଆର ବୁଖାରେଷ୍ଟରୁ ୨୪୯ ଜଣ ଭାରତୀୟ ନେଇ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛି ସ୍ୱତନ୍ତ୍ର ବିମାନ ।

ବିପଦ ମୁହଁରୁ ବାହାରି ମାଆ ମାଟିରେ ପାଦ ଥାପିବା ପରେ ସମସ୍ତେ ଭାବବିହ୍ୱଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ ଫେରନ୍ତା ଭାରତୀୟ । ସେମାନେ କହିଛନ୍ତି, ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ଯଥାସମ୍ଭବ ସହଯୋଗ କରାଯାଇଛି ।

ଏବେ ମୁଖ୍ୟ ସମସ୍ୟା ୟୁକ୍ରେନ୍ ସୀମା ପାର କରିବା । ଏବେ ବି ବହୁ ଭାରତୀୟ ସେଠାରେ ଫସିଛନ୍ତି । କେହି କେହି ଦିନ ଦିନ ହେବ ମେଟ୍ରୋରେ ରହିଛନ୍ତ ତ କିଏ ବଙ୍ଗର ତଳେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ସେମାନେ ନିବେଦନ କରିଛନ୍ତି ୟୁକ୍ରେନରୁ ଫେରିଥିବା ଭାରତୀୟ ।

ଏଯାଏ ୟୁକ୍ରେନରେ ଫଶିଥିବା ୨୦୦୦ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ସେମାନଙ୍କ ମଧ୍ୟରୁ ହଜାରେରୁ ଅଧିକ ଜଣଙ୍କୁ ହଙ୍ଗେରୀ ଓ ରୋମାନିଆ ରାସ୍ତା ଦେଇ ଭାରତ ଫେରାଇ ଅଣାଗଲାଣି ।

Comments are closed, but trackbacks and pingbacks are open.