Latest Odisha News

BREAKING NEWS

ପଞ୍ଚମ ଦିନିକିଆ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ, ଭାରତର ୨୫୨ ରନ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ୫ମ ତଥା ଅନ୍ତିମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୨ ରନରେ ଅଲଆଉଟ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ୨୨ଟି ବଲରୁ ୫ଟି ବିଶାଳ ଛକା ସହିତ ୪୫ ରନ ଭାରତ ଏକ ଲଢୁଆ ସ୍କୋର କରିବାକୁ ସକ୍ଷମ ହୋଇଥିଲା ।

ଟସ ଜିତି ଭାରତୀୟ କପ୍ତାନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ମଧ୍ୟ ମାତ୍ର ୧୮ ରନରେ ୪ଟି ୱିକେଟ ଦଳ ହରାଇଥିଲା । ଅମ୍ବାତି ରାୟୁଡୁ ଓ ନୂଆ ଖେଳାଳି ବିଜୟ ଶଙ୍କର ପ୍ରଶଂସନୀୟ ବ୍ୟାଟିଂ ପ୍ରଦର୍ଶନ କରିବା ଫଳରେ ଦଳ ଏକ ପୂର୍ବ ମ୍ୟାଚ ପରି ଏକ ଲଜ୍ଜାଜନକ ପରିସ୍ଥିତିରୁ ଉଦ୍ଧାର ପାଇଥିଲା । ଅମ୍ବାତି ରାୟୁଡୁ ସର୍ବାଧିକ ୯୦ ରନ୍ ଏବଂ ବିଜୟ ଶଙ୍କର ୪୫ କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨୨ଟି ବଲରୁ କିୱି ବୋଲରଙ୍କୁ ନିସ୍ତୁକ ପ୍ରହାର କରି ୫ଟି ବିରାଟ ଛକା ମାରିଥିଲେ ।

ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେଦାର ଯାଦବ ୩୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନରି ୪ଟି ଏବଂ ଟ୍ରେଣ୍ଟ ବୋଲ୍ଟ ୩ଟି ୱିକେଟ ହାସଲ କରିପାରିଛନ୍ତି ।

ମିଳିଥିବା ସଦ୍ୟ ସୂଚନାନୁଯାୟୀ, ନୁଜିଲାଣ୍ଡ ୧୨.୬ ଓଭର ସୁଦ୍ଧା ୩ ୱିକେଟ ହରାଇ ୪୨ ରନ କରିପାରିଛି ।

Leave A Reply

Your email address will not be published.