Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୩୫ ରନରେ ପରାସ୍ତ କରି ଭାରତର ୪-୧ ରେ ସିରିଜ ବିଜୟ

ୱେଲିଂଟନ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିବା ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୧ ବ୍ୟବଧାନରେ ଦିନିକିଆ ସିରିଜ ବିଜୟ ହାସଲ କରି ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି ।


ଭାରତୀୟ ଦଳ କିୱି ଦଳକୁ ୫ମ ତଥା ଚୂଡ଼ାନ୍ତ ଦିନିକିଆ ମ୍ୟାଚରେ ୩୫ ରନରେ ପରାସ୍ତ କରିପାରିଛି ।

ଭାରତର ୨୫୨ ରନକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ୪୪.୧ ଓଭରରେ ମୋଟ ୨୧୭ ରନ କରିବାକୁ ସକ୍ଷମ ହୋଇପାରିଛି । ଦଳ ପକ୍ଷରୁ ନିଶାମ ୪୪ ରନ, ୱିଲିୟମସନ ୩୯ ରନ ଏବଂ ଲାଥାମ ୩୭ ରନ କରିପାରିଥିଲେ ।

ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ୍ ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ସାମି ୨ଟି କରି ୱିକେଟ ଏବଂ ଭୁବନେଶ୍ୱର କୁମାର ଏବଂ କେଦାର ଯାଦବ ଗୋଟିଏ କରି ୱିକେଟ ହାସଲ କରିଛନ୍ତି ।

ଅମ୍ବାତି ରାୟୁଡୁ ‘ମ୍ୟାନ ଅଫ ଦି ମ୍ୟାଚ’ ଏବଂ ମହମ୍ମଦ ସାମି ‘ମ୍ୟାନ ଅଫ ଦି ସିରିଜ’ ଘୋଷିତ ହୋଇଛନ୍ତି ।

Leave A Reply

Your email address will not be published.