Latest Odisha News

BREAKING NEWS

ଆଜି ପୁଣି ସରକାରଙ୍କ ସହ ଚାଷୀଙ୍କ ଆଲୋଚନା, ନିଷ୍କର୍ଷ ଉପରେ ନଜର

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ୧୦ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି । ନିଷ୍କର୍ଷ ବାହାରି ପାରୁନି । ଆଜି ପୁଣି ଥରେ କୃଷକ ସଂଗଠନ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଆଜି ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ । କଣ ବାହାରିବ ନିଷ୍ପତ୍ତି ତାଉପରେ ସମସ୍ତଙ୍କର ନଜର ରହିଛି ।

ନୂତନ କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି କୃଷକ ସଂଗଠନ । ଏମଏସପି ଉପରେ ସରକାରଙ୍କ ସହ ଆଲୋଚନା ଚାଲିଛି । କିନ୍ତୁ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର ଦାବି ହୋଇଛି ।
ଆଜିର ଆଲୋଚନାରୁ କୌଣସି ନିଷ୍କର୍ଷ ନ ବାହାରିଲେ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ସେଦିନ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯିବା ସହିତ ଦେଶବ୍ୟାପୀ ରାଜପଥଗୁଡିକରେ ରହିଥିବା ସମସ୍ତ ଟୋଲ ଗେଟକୁ ଅବରୋଧ ଓ ଟୋଲ୍‌ ଟିକସ ଆଦାୟକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.