ଅହମ୍ମଦାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ ତଥା ଅନ୍ତିିିମ ଟି୨୦ ମ୍ୟାଚ ଶୁକ୍ରବାର ଅହମ୍ମଦାବାଦରେ ଖେଳାଯିବ । ଭାରତର ସିରିଜ ପରାଜୟ ହେବାର ଆଶଙ୍କା ଟଳି ଯାଇଛି । ଏବେ ଅନ୍ତିମ ଟି୨୦ ଜିିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଭ୍ରମଣକାରୀ ଦଳ ବିଜୟ ସହ ସିିରିଜ ବରାବର କରିବାକୁ ଚାହିଁ । ଭାରତ ୨ଟି ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନାହିଁ ।
ଶୁଭମନ ଗିଲ ଆଘାତ ସମସ୍ୟା ଯୋଗୁ ଓହରିବା ପରେ ଏବେ ଏହି ମ୍ୟାଚରେ ସଞ୍ଜୁ ସାମସନ ଖେଳିବା ନିଶ୍ଚିତ ହୋଇଛି । ସେ ଯେତେଦୂର ସମ୍ଭବ ଓପିନଂ କରିବେ । ସାମସନ ଓପନିଂରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଅପରପକ୍ଷରେ ଲୋୟର ଅର୍ଡରରେ ସେ ଭଲ ପ୍ରଦର୍ଶନ କରି ନାହାନ୍ତି । ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଏବେ ବି ଦଳ ପାଇଁ ଚିନ୍ତାର କାରଣ ସାଜିଛି । ସେ ଚଳିତ ବର୍ଷ ୧୮ ଇନିଂସରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରି ନାହାନ୍ତି । ସେ ୧୪.୨୦ ଆଭରେଜରେ ୨୧୩ ରନ କରିଛନ୍ତି । ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିିନିକିଆ ଓ ଏବେ ଟି୨୦ ସିରିଜ ହାତେଇବାର ନିକଟତର ହୋଇଛି c। ଆସନ୍ତା ବର୍ଷ ଆରମ୍ଭରୁ ଟି୨୦ ବିଶ୍ୱକପ ଆୟୋଜିତ ହେବ । ସୂର୍ଯ୍ୟକୁମାର ଓ ଗିଲ ଫର୍ମକୁ ଫେରିବା ଆବଶ୍ୟକ ହୋଇ ପଡିଛି ।