ଭୁବନେଶ୍ୱର: ଲାଞ୍ଚ ନେଇ ବନ୍ଧା ହେଲେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଫିସ ଅଡ଼ିଟର୍ ଅମ୍ବିକା ପ୍ରସାଦ ରଥ। ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କିରିଛି। ଚଢାଉ ବେଳେ ତାଙ୍କ ଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଠାବ ହୋଇଛି । କିଛିଦିନ ତଳେ ଖୋର୍ଦ୍ଧା ଡିଗ୍ରି କଲେଜ୍ର ଜଣେ କର୍ମଚାରୀଙ୍କୁ ଏମ୍ଏସିପି ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ ଫିକ୍ସେସନ୍ ଠିକ କରି ଦରମା ଉଠାଇବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ ।
ଟଙ୍କା ଦେଲେ ଯୋଜନାର ସୁବିଧା ମିଳିବ ବୋଲି କହିଥିଲେ । କର୍ମଚାରୀ ଜଣଙ୍କ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଅମ୍ବିକା ରଥ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ପରେ ତାକୁ ଭିଜିଲାନ୍ସ ସେଲ୍କୁ ଆଣି ଜେରା କରାଯାଇଛି। ସେହିପରି ଆୟବହିର୍ଭୂତ ସମ୍ପତି ଠୁଳ ଦିଗକୁ ନେଇ କରାଯାଇଛି। ଚଢ଼ାଉ ଡ୍ରୟରରୁ ୧.୨୮ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ମଧୁସୂଦନନଗର ବାସଭବନରୁ ନଗଦ ୨୭ଲକ୍ଷ ୪୨ ହଜାର ୯ଶହ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮ ଲକ୍ଷ ୭୦ ହଜାର ୯ଶହ ଟଙ୍କା ଜବତ ହୋଇଥିବା ବେଳେ ଶ୍ରୀ ରଥଙ୍କ ଆୟ ବହିର୍ଭୂତ ସମ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.