Latest Odisha News

୫ମ ଟାଟା ଷ୍ଟିଲ ସାହିତ୍ୟ ସମ୍ମିଳନୀ ହର୍ଷୋଲ୍ଲାସର ସହ ଉଦଯାପିତ

ଭୁବନେଶ୍ୱର: ରଚନାତ୍ମକ କଳାର ଉତ୍ସବ ପାଳନ କରିବାର ପ୍ରତିଶ୍ରୁତିକୁ ରକ୍ଷା କରି ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମ୍ମେଳନ (ଟିଏସବିଏଲଏମ)ର ୫ମ ସଂସ୍କରଣ ଉଦଯାପିତ ହୋଇଯାଇଛି।

ସାହିତ୍ୟ ଠାରୁ ମଞ୍ଚ, ସଙ୍ଗୀତ ଠାରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ- ଟିଏସବିଏଲଏମ ଓଡ଼ିଶା ଓ ବାହାରର ଅନେକ କଳାକାରଙ୍କୁ ଏକତ୍ରୀତ କରି ବିଭିନ୍ନ ପ୍ରାସଙ୍ଗିକ ପ୍ରସଙ୍ଗକୁ ନେଇ ସଂପୃକ୍ତି ଭିତିକ ଓ ସମୃଦ୍ଧ ଅଧିବେଶନ ଆୟୋଜନ କରିଥିଲା ।

ଓଡ଼ିଶାର ଭାଷା ଓ ସଂସ୍କୃତିକୁ ପାଳନ କରିବାର ପ୍ରତିଶ୍ରୁତି ଅନୁଯାୟୀ, ଟିଏସବିଏଲଏମର ଶେଷ ଅଧୀବେଶନରେ ଓଡ଼ିଆ କବିତାର ଉତ୍ସବ ପାଳନ କରାଯାଇଥିଲା । ଚିତ ରଂଜନ ମିଶ୍ର, ସୋନାଲି ସାହୁ ଓ ସରିତା ନାଏକଙ୍କ ଭଳି ସହରର ବିଶିଷ୍ଟ କଳାକାରଙ୍କୁ ନେଇ ଆୟୋଜନ କରାଯାଇଥିବା ଏକ ଅଧିବେଶନ ପରେ ଗାୟତ୍ରୀବାଳା ପଣ୍ଡା ଓ ମନୁ ଦାଶଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।
ଚନ୍ଦ୍ରହାସ ଚୌଧୁରୀଙ୍କ ‘ଅର୍ଜି ଦି ଡ୍ୱର୍ଫର’ ଓଡ଼ିଆ ଅନୁବାଦ ଉପରେ ଦିବସର ପ୍ରାରମ୍ଭରେ ଆୟୋଜନ କରାଯାଇଥିବା ଏକ ଅଧିବେଶନକୁ ଶ୍ରୀଯୁକ୍ତ ଦାଶ ଶୁଭାରମ୍ଭ କରିଥିଲେ, ଏହି ପୁସ୍ତକଟି କମନୱେଲଥ ଫାଷ୍ଟ ବୁକ ଆୱାର୍ଡ ପାଇଁ ସର୍ଟଲିଷ୍ଟ ହୋଇଥିଲା ।

ଏହି ଦିବସର ଅନେକ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରୁ ଆନନ୍ଦ ନୀଳକାନ୍ତନଙ୍କ ଅଧିବେଶନରେ ମହାକାବ୍ୟଗୁଡ଼ିକର ଚରିତ୍ରମାନଙ୍କ ସହିତ ଆଧୁନିକ ପାଠକ କିଭଳି ସମ୍ପର୍କ ସ୍ଥାପନ କରୁଛନ୍ତି ତାହା ଉପରେ ପର୍ଯ୍ୟବେସିତ ଥିଲା ।

ବିଶିଷ୍ଟ ଲେଖକ କୁନାଲ ବସୁ ତାଙ୍କର ନୂଆ ପୁସ୍ତକ “ସରୋଜିନିସ୍ ମଦର’ଙ୍କ ଉପରେ ଆଲୋଚନା କରିଥିବା ବେଳେ ସାରା ଦେଶର ଅଭିଳାଷକୁ ନେଇ ଅପରାଧିକ ମାମଲାର ରିପୋର୍ଟ ସଂଗ୍ରହ ବେଳର ସମୟକୁ ମନେ ପକାଇ ବିଶିଷ୍ଟ ସାମ୍ବାଦିକ ବଚି କକାରିଆ କାର୍ଯ୍ୟକ୍ରମ ଆୟୋଜିତ ସ୍ଥଳରେ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ରଚନାତ୍ମକ ଅନୁସନ୍ଧାନର ସମସ୍ତ ଭାବର ପ୍ରସାର କରୁଥିବା ଏହି ସାହିତ୍ୟ ମହୋତ୍ସବଟି ବିଶ୍ୱ କଲ୍ୟାଣ ରଥଙ୍କ ପ୍ରଦର୍ଶନ ସହିତ ଶେଷ ହୋଇଛି ।

ନିଜ ଅନୁକରଣୀୟ ବ୍ୟଙ୍ଗ ଶେଳୀରେ ଶ୍ରୀ ରଥ ନିଜ ପ୍ରଦର୍ଶନ ଜରିଆରେ ଶହ ଶହ ଲୋକଙ୍କୁ ବାନ୍ଧି ରଖିଥିଲେ ଓ ସେ ଆଜିର ଯୁବପିଢ଼ିଙ୍କ ସହ ସମ୍ପର୍କ ସ୍ଥାପନ କରିପାରୁଥିବା ପ୍ରସଙ୍ଗ ଉପରେ ନିଜର ପ୍ରଦର୍ଶନ ପର୍ଯ୍ୟବେସିତ କରିଥିଲେ । କାର୍ଯ୍ୟକ୍ରମର ଉଦଘାଟନ ଓ ଲର୍ଡ ମେଘନାଦ ଦେଶାଇଙ୍କ ପ୍ରମୁଖ ବକ୍ତବ୍ୟ ଓ ପଣ୍ଡିତ ହରି ପ୍ରସାଦ ଚୌରସିଆଙ୍କ ସମୃଦ୍ଧ ଜୀବନ ଠାରୁ ଆରମ୍ଭ କରି ବିଶିଷ୍ଟ ଅଭିନେତା ଅମୋଲ ପାଲେକରଙ୍କ ଚିତାକର୍ଷକ ପ୍ରଦର୍ଶନ ଏବଂ ପ୍ରିୟା ମଲ୍ଲିକଙ୍କ ନୂଆ ପିଢ଼ିର ସ୍ପୋକନ ୱାର୍ଡ କବିତାକୁ ନେଇ ଟିଏସବିଏଲଏମର ବିଗତ ତିନି ଦିନରେ ଦର୍ଶକଙ୍କ ଭିଡ଼ ଜମିଥିଲା ଯେଉଁମାନେ ପ୍ରତିନିଧିଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

“ଟିଏସବିଏଲଏମର ପଂଚମ ସଂସ୍କରଣ ପ୍ରତି ଜବରଦସ୍ତ ସମର୍ଥନ ମିଳିଛି ଏବଂ ତାହା ଆମକୁ ଭବିଷ୍ୟତରେ ଏହି କାର୍ଯ୍ୟକ୍ରମକୁ ଆହୁରି ବଡ଼ ଏବଂ ଉନ୍ନତ କରିବା ଲାଗି ଉତ୍ସାହିତ କରିଛି । ବିଗତ ଅନେକ ଦଶନ୍ଧୀ ଧରି ଆମେ ସମାଜରେ ସାହିତ୍ୟ ସନ୍ଧାନ ଓ କଳାକୁ ସମର୍ଥନ କରୁଛୁ ଏବଂ ଏହା ଏଭଳି ସ୍ତରରେ ପହଂଚିଛି ଯେ ଆମେ ଆଞ୍ଚଳିକ ସ୍ତରରେ ସାହିତ୍ୟ ମହୋତ୍ସବ ଆୟୋଜନ କରୁଛୁ ।

ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଟାଟା ଷ୍ଟିଲ ପାଇଁ ଗୌରବର ବିଷୟ ଓ ଏହି କାର୍ଯ୍ୟକ୍ରମରେ ସବୁ ବେଳେ ସହଯୋଗ ପ୍ରଦାନ କରୁଥିବା ଓଡ଼ିଶାର ଲୋକମାନେ ଅଂଶଗ୍ରହଣ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ବୋଲି ଟାଟା ଷ୍ଟିଲର କର୍ପୋରେଟ ଯୋଗାଯୋଗ ମୁଖ୍ୟ-ଭାରତ ଓ ଏସଇଏ କୁଲଭିନ ସୁରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.