Latest Odisha News

BREAKING NEWS

‘ମକର ସଂକ୍ରାନ୍ତି’କୁ ଆଉ କେଉଁକେଉଁ ନାମରେ ପାଳିତ କରାଯାଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ସ୍ଥାନରେ ‘ମକର ସଂକ୍ରାନ୍ତି’ ପର୍ବକୁ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି । ଏହାବ୍ୟତିତ ଏହି ପର୍ବକୁ ଭିନ୍ନଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ନାମରେ ପାଳିତ କରାଯାଇଥାଏ ।

ଉତ୍ତର ଓଡିଶାରେ ଏହାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ । ଆନ୍ଧ୍ରପ୍ରଦେଶରେ ଏହାକୁ ପୋଙ୍ଗଲ, ପଂଜାବରେ ଲହରୀ , ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବରେ ଭାବରେ ପାଳନ କରାଯାଏ ।

ଜାଣନ୍ତୁ, ଏହି ପର୍ବ ଆଉ କେଉଁ ରାଜ୍ୟରେ କେଉଁ ନାମରେ ପାଳନ କରାଯାଇଥାଏ ।

ଓଡିଶା- ଓଡିଶାରେ ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ଏହି ପର୍ବ ଦିନ ସାରା ରାଜ୍ୟରେ ଘରେଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଠାକୁରଙ୍କ ନିକଟରେ ଲାଗି କରାଯାଇଥାଏ । ଚାଉଳ, ଛେନା, ନଡିଆ, ଗୁଡ, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡିଆମାନେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏହି ମକର ଚାଉଳକୁ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ ।

ଗୁଜୁରାଟ- ଗୁଜୁରାଟରେ ଏହି ପର୍ବକୁ ‘ଗୁଡି ମହୋତ୍ସବ’ ଭାବେ ପାଳନ କରାଯାଏ । ଏହି ଦିନ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଗୁଡି ଉଡାଇଥାନ୍ତି । ଗୃହିଣୀମାନେ ଘରେ ଘରେ ସୂର୍ଯ୍ୟ ପୂଜା କରିବା ସହିତ ଘେବର, ଫେଣୀ ସହ କେହିକେହି ରାଶିର ଲଡୁ ମଧ୍ୟ ତିଆରି କରି ଠାକୁରଙ୍କ ପାଖରେ ଅର୍ପଣ କରାଯାଇଥାଏ ।

ତାମିଲନାଡୁ- ତାମିଲନାଡୁରେ ମକର ସଂକ୍ରାନ୍ତିକୁ ‘ପୋଙ୍ଗଲ’ ନାମରେ ପାଳନ କରାଯାଇଥାଏ । ଏହିଦିନରେ ଲୋକମାନେ ଘରକୁ ସଫା ସୁତୁରା କରିବା ସହିତ ଗୃହର ଦ୍ୱାର ଦେଶରେ ବିଭିନ୍ନ ଡିଜାଇନର ରଙ୍ଗୋଲି କରିଥାନ୍ତି । ପରବର୍ତ୍ତୀ ସମୟରେ ମାଟି ପାତ୍ରରେ ଖିରି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟଦେବଙ୍କୁ ଅର୍ପଣ କରିଥାନ୍ତି । କୁହାଯାଏ, ଏହି ଦିନରେ ନୂଆ ଫସଲକୁ ମଧ୍ୟ କଟାଯାଇଥାଏ ।

ମହାରାଷ୍ଟ୍ର- ମହାରାଷ୍ଟ୍ରରେ ଏହି ପର୍ବ ‘ପୁରନ ପୋଲି’ ନାମରେ ପାଳିତ ହୋଇଥାଏ । ଏହି ଦିନରେ ସମସ୍ତେ ଆନନ୍ଦର ସହ ଗୁଡି ମଧ୍ୟ ଉଡାଇଥାନ୍ତି । ଏଥିସହିତ ରାଶିରେ ତିଆରି ବ୍ୟଞ୍ଜନଙ୍କୁ ପରସ୍ପର ସହିତ ବାଣ୍ଟିବା ଦ୍ୱାରା ସମ୍ପର୍କ ଭଲ ରହିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

ପଞ୍ଜାବ- ପଞ୍ଜାବରେ ‘ମକର ସଂକ୍ରାନ୍ତି’କୁ ଲୋହଡୀ ନାମରେ ପାଳିତ କରାଯାଇଥାଏ । ‘ଲୋହଡୀ’ର ପୂର୍ବ ସନ୍ଧ୍ୟାରେ ଲୋକମାନେ ଖୋଲା ସ୍ଥାନରେ ନିଆଁ ଜଳାଇଥାନ୍ତି । ପରେ ଘରର ସମସ୍ତ ସଦସ୍ୟ ତଥା ପାଖ ପଡୋଶୀ ଓ ସମ୍ପର୍କୀୟ ମାନେ ନିଆଁ ଚାରିପଟେ ପରିକ୍ରମା କରିବା ସହିତ ମକା, ବାଦାମ ତଥା ରେବଡୀ ଭଳି ଶସ୍ୟକୁ ସେଥିରେ ପକାଇଥାନ୍ତି । ଏଥିସହିତ ସେମାନେ ସେହି ନିଆଁ ଚାରିପଟେ ସେମାନଙ୍କର ପାରମ୍ପରିକ ନୃତ୍ୟ ଭାଙ୍ଗଡା ମଧ୍ୟ କରିଥାନ୍ତି ।

 

Leave A Reply

Your email address will not be published.