Latest Odisha News

ମା’ ପାଇଁ ଏକୁଟିଆ ବିମାନ ଯାତ୍ରା କଲା ୫ ବର୍ଷର ପୁଅ

ବେଙ୍ଗାଳୁରୁ: ଦିଲ୍ଲୀରୁ ବାଙ୍ଗାଲୋର । ଆକାଶ ପଥରେ ୧୭ ଶହ କିଲୋମିଟରରୁ ଅଧିକ ବାଟ । ସମୟ ୨ ଘଂଟାରୁ କମ୍ ଲାଗିବନି । ହେଲେ ଏହି ୧୭ ଶହ କିଲୋମିଟରର ରାସ୍ତା ଯେମିତି ତାକୁ ୧୭ ମିଟର ଲାଗିଥିଲା । ଏକା ଏକା ଉଡିଆସିଥିଲା ଦିଲ୍ଲୀରୁ ବାଙ୍ଗାଲୋର । ନା ସାଙ୍ଗରେ ବାପା-ମାଆ ଥିଲେ ନା ସମ୍ପର୍କୀୟ । ମାଆଙ୍କ ପାଇଁ ୫ ବର୍ଷର ଶିଶୁ କରିଛି ଏଭଳି ଦୁସାହସିକ ଯାତ୍ରା । ୫ ବର୍ଷର ଶିଶୁ ବିହାନ । ତିନି ମାସ ତଳେ ବୁଲିବାକୁ ଜେଜେ-ଜେଜମାଙ୍କ ପାଖକୁ ଦିଲ୍ଲୀ ଯାଇଥିଲା । ହେଲେ ଆଉ ସେଠାରୁ ଫେରିପାରିନଥିଲା । କାରଣ, କୋରନା ପାଇଁ ଦେଶରେ ଲାଗୁ ହୋଇଯାଇଥିଲା ଲକଡାଉନ୍‌ର କଟକଣା । ବିମାନ ସେବା ବନ୍ଦ ହୋଇଯାଇଥିଲା । ବାସ୍ ସେବେଠାରୁ ବିହାନ ଅପେକ୍ଷା କରିଥିଲା ଫେରିବା ସମୟକୁ । ଆଉ ଏପଟେ ବାଙ୍ଗାଲୋରରେ ଅନାଇ ବସିଥିଲେ ବାପା-ମାଆ ।

ଦୁଇ ମାସର ତାଲାବନ୍ଦ ଚତୁର୍ଥ ପର୍ଯ୍ୟାୟରେ ପହଁଚିଛି । ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ଆଜିଠୁ ଆରମ୍ଭ ହୋଇଛି ବିମାନ ସେବା । ଆଉ ପ୍ରଥମ ଦିନରେ ହିଁ ଘରକୁ ଫେରିବାକୁ ମଉକା ପାଇଥିଲା ବିହାନ । ଏକା ଏକା ଏତେ ଲମ୍ବାଯାତ୍ରା କରିବାକୁ ଆଗେଇ ଆସିଥିଲା ୫ ବର୍ଷର ଶିଶୁ । ଦିଲ୍ଲୀରେ ତାକୁ ଜେଜେ ବିମାନରେ ବସାଇଦେଲେ । ଆଉ ସେଠାରୁ ଏକା ଏକା ଉଡିଆସିଲେ ବିହାନ ।

ଦୁଇ ମାସ ପରେ ଯେତେବେଳେ ବିହାନ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଁଚିଥିଲା । ଏବଂ ବିମାନ କର୍ମଚାରୀ ବିହାନକୁ ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଥିଲେ, ସେତେବେଳର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା । ତିନି ମାସ ପରେ ପୁଅ ତା ମାଆକୁ ଭେଟିଥିଲା । ପୁଅକୁ ଦେଖ ଆତ୍ମବିଭୋର ହୋଇ ଉଠିଥିଲା ମାଆ । କରୋନା ଲାଗି ତାକୁ କୋଳେଇ ପାରିନଥିଲା କିନ୍ତୁ ହାତ ଧରି ତାକୁ ଘରକୁ ନେଇଥିଲା । ତେବେ ଏସବୁ ଭିତରେ ବେଶ୍ ଚର୍ଚ୍ଚା ସାଉଁଟିଛି ସାହସୀ ପୁଅର ଏକୁଟିଆ ବିମାନ ଯାତ୍ରା ।

Leave A Reply

Your email address will not be published.