Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀଙ୍କ ବେଲ୍ଟ ଫଣ୍ଡା, ସରକାରୀ କର୍ମଚାରୀଙ୍କୁ ଦେଲେ ଧମକ

ରାୟପୁର: ଦାଦାଗିରି ନେହିଁ ଚଲେଗି । ଅନ୍ଧେରୀ କୋଠରୀ ମେ ଲେଯାକେ ନା ମେଁ ବେଲ୍ଟ ଖୋଲକେ ଠୋକନା ଜାନତୀହୁଁ ବହତ୍ ଅଚ୍ଛେ ସେ । ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ । ଛତିଶଗଡ଼ର ଏକ କରୋନା କ୍ୱାରେଣ୍ଟାଇନ ସେଣ୍ଟରରେ ସରକାରୀ କର୍ମଚାରୀଙ୍କୁ ଏଭଳି ଧମକ୍ ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ । ଆଉ ତାଙ୍କର ଏହି ଧମକ୍ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଛତିଶଗଡ଼ ବଳରାମପୁର ଜିଲ୍ଲାର ଜନପଦ ପଞ୍ଚାୟତର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ଘଟିଛି ଏଭଳି ଘଟଣା । ଅଭିଯୋଗ ଅନୁସାରେ ସ୍ଥାନୀୟ ଦିଲୀପ ଗୁପ୍ତା ନାମକ ଜଣେ ଦିଲ୍ଲୀ ଫେରନ୍ତା ପ୍ରବାସୀ ଭଳରାମପୁରର ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ମାତ୍ର ସେଠାକାର ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ ଭଳି ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ବିରୋଧରେ ପ୍ରଥମେ ସ୍ୱରଉତ୍ତୋଳନ କରିବା ସହ ସେସବୁର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଜିଲ୍ଲା ପ୍ରଶାସନ ଏବାବଦରେ ଅବଗତ ହେବା ପରେ ଜନପଦ ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ଗୁପ୍ତା ଓ ସ୍ଥାନୀୟ ତହସିଲଦାର ସଦାବ ଖାନ୍ ତାଙ୍କୁ ଧମକ ଚମକ ଦେବା ସହ ଏକ ବେଲ୍ଟରେ ବାଡ଼େଇଥିଲେ । ଆଉ କେନ୍ଦ୍ରମନ୍ତ୍ରୀ ରେଣୁକା ସିଂହ ସେହି କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନରେ ଯାଇଥିବା ସମୟରେ ସେହି ଦୁଇଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ ଦିଲୀପ ଓ ତାଙ୍କ ପରିବାର ଲୋକେ ।

ଆଉ ଏଭଳି ଅଭିଯୋଗ ଶୁଣିବା ପରେ ଛତିଶଗଡ଼ର କଂଗ୍ରେସ ସରକାରଙ୍କ ଉପରେ ବିଷୋଦଗାର କରିଛନ୍ତି ରେଣୁକା । ରାଜ୍ୟ ସରକାର ତାଙ୍କର ଦୋଷ ଦୁର୍ବଳତା ଲୁଚାଇବାକୁ ହୀନ ଉଦ୍ୟମ କରୁଥିବା କହିଛନ୍ତି ସେ । ତାସହ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ମୋତେ ବି ଅନ୍ଧାର ଘର ଭିତରେ ବେଲ୍ଟ ଖୋଲି ବାଡ଼େଇବା ବେଶ୍ ଭଲଭାବେ ଜଣା ବୋଲି ସରକାରୀ ଅଧିକାରୀଙ୍କୁ ଚେତାଇ ଦେଇଛନ୍ତି ରେଣୁକା । ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ସରକାରୀ ଅଧିକାରୀ ।

Leave A Reply

Your email address will not be published.