Latest Odisha News

BREAKING NEWS

ଦିଲ୍ଲୀରେ ଭୁକମ୍ପ ଝଟକା, କେନ୍ଦ୍ରସ୍ଥଳ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ NCR । ଆଜି ଅପରାହ୍ନ ୨ଟା ୫୦ ମିନିଟ୍‌ରେ ଦିଲ୍ଲୀରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ଜଣାପଡିଛି । ତେବେ ଭୁକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ବୋଲି ଜଣାପଡିଛି । ଭୁକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ଭୂମିକମ୍ପ ଝଟକା ଲାଗିବା ମାତ୍ରେ ଲୋକମାନେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ । ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଉତ୍ତରପୂର୍ବରେ ୨୪୧ କିମି ଦୂରରେ । କେବଳ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳ ନୁହେଁ, ପୁଞ୍ଚ ସମେତ ଜମ୍ମୁ ଓ କଶ୍ମୀରର ଆଉ କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ଦିଲ୍ଲୀରେ ଏକାଧିକ ଥର ଭୂକମ୍ପ ଅନୁଭୂତ ହେଲାଣି । ଆଫଗାନିସ୍ତାନ, ନେପାଳ ଓ ପାକିସ୍ତାନରେ ସୃଷ୍ଟି ହେଉଥିବା ଭୂକମ୍ପର ମାତ୍ରା ଅଧିକ ରହିଲେ ତାର ସିଧା ପ୍ରଭାବ ଦିଲ୍ଲୀ ସମେତ ଉତ୍ତର ଭାରତରେ ଅନୁଭୂତ ହୋଇଥାଏ । ହେଲେ ନିକଟରେ ଦିଲ୍ଲୀ କିମ୍ବା ଉତ୍ତର ଭାରତୀୟ ରାଜ୍ୟରେ କୌଣସି ବଡ ଧରଣର ଭୂକମ୍ପଜନିତ କ୍ଷୟକ୍ଷତି ଦେଖିବାକୁ ମିଳିନାହିଁ ।

 

 

Leave A Reply

Your email address will not be published.