Latest Odisha News

BREAKING NEWS

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା, ଦୁଇ ଗୋଷ୍ଠୀର ୬ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାର ଉପଦ୍ରବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଏକ ସ୍ବରରେ ଦାବି କରିଥିଲେଆକ୍ସନ ମୁଡ୍ ରେ ଆସିଛି ପୋଲିସଗତକାଲି ରାତିରୁ ସହରର ବିଭିନ୍ନ ସ୍ଥାନରେ ଟାଉନ ଥାନା ପୋଲିସ ଚଢ଼ଉ କରି ଉଭୟ ଗୋଷ୍ଠୀରଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିଏହା ସହ ଅନ୍ଯ ଫେରାର ଉପଦ୍ରବୀଙ୍କୁ ଧରିବାକୁ ତନାଘନା ଚଲାଇଛି

ସୂଚନା ଥାଉକି ଦୁଇ ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେଏହାକୁ ନେଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲାପରେ ଏହା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲାସଂଘର୍ଷ ବେଳେ ଏକ କାର୍, ସ୍କୁଟି ଏବଂ ଏକ ପିକଅପ ଭ୍ୟାନ ପୋଡି ଦିଆଯାଇଥିଲା

ଏହି ଘଟଣାରେ ସମ୍ପୂର୍ଣ୍ଣ ସହରରେ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ ରହିବା ସହ BNS ଧାରା ୧୬୩ ଲାଗୁ କରିଥିଲା ପ୍ରଶାସନସେହିପରି ସମସ୍ତ ସ୍କୁଲକଲେଜ ମଧ୍ୟ ବନ୍ଦ ରହିଥିଲାପରିସ୍ଥିତି ନିୟନ୍ତ୍ରଣ ହେବାରୁ ଗତକାଲି ରାତିରେ ଇଣ୍ଟର୍ନେଟ ସେବା ପୁଣି ସ୍ୱାଭାବିକ ହୋଇଥିଲା

Comments are closed.