Latest Odisha News

BREAKING NEWS

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣାରେ ୬ଗିରଫ

ବ୍ରହ୍ମପୁର : ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ୩ଟି ଖଣ୍ଡା ଜବତ କରାଯାଇଛି ।

ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଫାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି ନିର୍ମମ ଭାବେ ବିଚ୍‌ ରାସ୍ତାରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଏବେ ୬ଜଣଙ୍କୁ ଗିରଫ କରିଛି ପୋଲିସ ।

ଘଟଣାରେ ୩ ଟି ଖଣ୍ଡା , ବାଇକ୍ , ୬ ଟି ମୋବାଇଲ୍ ଫୋନ୍, ଦୁଇଟି ଗଜ ଜବତ କରିଛି ପୋଲିସ । ବଡବଜାର ଓ ଦିଗପହଣ୍ଡି ପୁଲିସ୍ ମିଳିତ ଭାବେ ତଦନ୍ତ କରି ଏହି ଘଟଣାରେ ସମସ୍ତଙ୍କୁ ଗିରଫ କରିଛି । ସପ୍ତାହକ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ଏସ୍ ପି କହିଛନ୍ତି ।

Leave A Reply

Your email address will not be published.