Latest Odisha News

BREAKING NEWS

୬ ଜଣଙ୍କୁ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାକୁ ଶକ୍ତିଶାଳୀ କରିବା ପାଇଁ ଅଣ୍ଟା ଭିଡିଛି ବିଜେପି । ଏଥିପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଓ ସ୍ବତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି ।

ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଧାୟକ ସନାତନ ବିଜୁଳୀ, ଦୁରକଗା ତନ୍ତୀ, ମନିଜର ଆର୍ଯ୍ୟ, ହେମନ୍ତ କୁମାର ମଲ୍ଲିକ, ରାମବିଶ ଦିଗାଲ ଓ ଚନ୍ଦନ ସ୍ବରାଜଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ବିଧାୟକ ମୁକେଶ ମହାଲିଙ୍ଗ, ଗିରିଧାରୀ ଦାସ, ଶାନ୍ତିଲତା ସେଠୀ, ଈଶ୍ବର ବାଗ, ସଞ୍ଜୀବ କୁମାରଙ୍କୁ ଦାୟିତ୍ବ ଦିଆଯାଇଛି । କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ବେହେରା ଓ କାର୍ଯ୍ୟାଳୟ ସମ୍ପାଦକ ଭାବେ ସତ୍ୟ ନାରାୟଣ ସେଠୀଙ୍କୁ ଦିୟିତ୍ବ ପ୍ରଦାନ କରାଯାଇଛି ।

ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ ଭାବେ ୨୧ ଜଣଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ, ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୮ ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ୧୯ ଜଣଙ୍କୁ ସ୍ଥାନ ଦିଆଯାଇଛି । ଏବଂ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ିଥିବା ୧୩ ଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନିତ କରାଯାଇଛି ବୋଲି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.