Latest Odisha News

BREAKING NEWS

ଅମିତ ଶାହାଙ୍କ ବିରୋଧରେ ମାନହାନୀ କେସ୍‌ କଲେ ମମତାଙ୍କ ପୁତୁରା

କୋଲକାତା: ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମମତା​‌ ବାନାର୍ଜୀଙ୍କ ପୁତୁରା ମାନହାନୀ ମକଦ୍ଦମା କରିଛନ୍ତି । ଏହି ମାମଲାରେ ଶୁଣାଣି କରିବା ସହ ଏମପି-ଏମଏଲଏଙ୍କ ସ୍ବତନ୍ତ୍ର କୋର୍ଟ ଅମିତ ଶାହାଙ୍କୁ ୨୨ ଫେବୃଆରୀରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବ୍ୟକ୍ତିଗତ ଭାବେ ହାଜର ନହେଲେ ମଧ୍ୟ ଓକିଲଙ୍କ ମାଧ୍ୟମରେ ନିଜର ପକ୍ଷ ରଖିପାରିବେ ଶାହା ।

ଅଭିଷେକ ବାନାର୍ଜୀଙ୍କ ଓକିଲ ସଞ୍ଜୟ ବାସୁ କହିଛନ୍ତି, ‘୨୦୧୮ରେ ଏକ ରାଲିରେ ଅଭିଷେକଙ୍କ ଉପରେ ଶାହା ଲଗାଇଥିବା ଅଭିଯୋଗକୁ ନେଇ ଏହି ମାମଲା ହୋଇଥିଲା । ୧୧ ଅଗଷ୍ଟ ୨୦୧୮ରେ ଏକ ରାଲିରେ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ।

ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଦାଏର ହୋଇଥିବା ମାନହାନୀ ମାମଲାରେ ଅମିତ ଶାହାଙ୍କ ଉପ​‌ରେ ଅଭିଯୋଗ ରହିଛି, ସେ ଅଭିଷେକଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣି ତାଙ୍କ ଛବି ଖରାପ କରିଛନ୍ତି । ‘ନାରଦା, ଶାରଦା, ରୋଜଭ୍ୟାଲି, ସିଣ୍ଡିକେଟ୍‌ କରପ୍ସନ, ପୁତୁରାର କରପ୍ସନ । ମମତା ବାନାର୍ଜୀ ଲଗାତାର ଦୁର୍ନୀତି କରୁଛନ୍ତି ବୋଲି କୋଲକାତାରେ ଏକ ରାଲିକୁ ସମ୍ବୋଧନ ବେଳେ ଏଭଳି କହିଥିଲେ ଅମିତ ଶାହା ।

Leave A Reply

Your email address will not be published.