ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଛି। ତେବେ ପୋଲିସ ଏକ ବ୍ୟାପକ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଥାଉକି, ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ ସ୍କୁଲ ପଡ଼ିଆରେ ୬ ଜଣିଆ ଡ୍ରଗ୍ସ ଚଲାଣକାରୀ ନିଶା ଦ୍ରବ୍ୟ କରବାର କରୁଥିଲେ । ଏନେଇ ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା। ଅଭିଯୁକ୍ତମାନେ ପେକିଙ୍ଗ କରୁଥିବା ସମୟରେ ପୁଲିସ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।
ପୋଲିସ ସୂଚନାନୁସାରେ, ଅଭିଯୁକ୍ତମାନଙ୍କ ଠାରୁ ୩୨ ଗ୍ରାମ ବ୍ରାଉନସୁଗାର, ପେଣ୍ଟା ଯୋନିକ ଲେକଟେକ ଇଞ୍ଜେକେସନ, ୫ଟି ଡିସ୍ପୋଭେନ ସିରିଞ୍ଜ, ୧୫ ଷ୍ଟ୍ରିପ ନାଇଟ୍ରାଯେପାମ ଟେବଲେଟ ଏବଂ ୨ ହଜାର ଟଙ୍କା ଜବତ କରିଛି। ଜବତ ନିଶା ଦ୍ରବ୍ୟର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଗିରଫ ଅଭିଯୁକ୍ତମାନେ ବ୍ରଜରାଜନଗର ଥାନା ଅଞ୍ଚଳର ବିଜୟ ଅଗ୍ରୱାଲ, ବିଜୟ ସାହା, ଉମେଶ ଚୌହାନ, ପୁସ୍ତୋମ ବାନଛୋର, କରନ କଲେତ, ଅମିତ ଷଣ୍ଢ ।
Comments are closed.