ବାରଙ୍ଗ: ଚନ୍ଦକା ଜଙ୍ଗଲରେ ଅଘଟଣ । ଟ୍ରେନିଂ ବେଳେ ହାତୀ କଲେ ଆକ୍ରମଣ । ଏଥିରେ ୬ ଜଣ ଏସ୍ଓଜି ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଚନ୍ଦକା ଜଙ୍ଗଲ ଭିତରେ ଏସ୍ଓଜି ଯବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଲାଗି ଟ୍ରେନିଂ ଚାଲିଥିଲା । ଠିକ୍ ସମୟରେ କିଛି ଜଙ୍ଗଲୀ ହାତୀ ଯବାନମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୬ ଜଣ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବେ ସୁଦ୍ଧା ଯବାନମାନଙ୍କ ପରିଚୟ ମିଳିପାରିନାହିଁ । ଏହି ଅଘଟଣ ନେଇ ଏସ୍ଓଜି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
Comments are closed.