Latest Odisha News

BREAKING NEWS

ବଡ଼ ଖବର: ଭାରତରେ ଚିହ୍ନଟ ହେଲା ବ୍ରିଟେନର ନୂଆ କରୋନା ଭାଇରସ୍ ଷ୍ଟ୍ରେନ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଭୂତାଣୁର ନୂଆ ଷ୍ଟ୍ରେନେ ମିଳିଛି । ଏହି ସମସ୍ତ ରୋଗୀଙ୍କୁ ସିଙ୍ଗଲ ଆଇସୋଲେସନ୍ ରୁମରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବେଙ୍ଗାଳୁରୁ NIMHANSରେ ତିନି ଜଣ ବ୍ରିଟେନ୍ ଫେରନ୍ତା, ହାଇଦ୍ରାବାଦ CCMBରେ ଦୁଇ ଜଣ ଓ ପୁଣେ NIVରେ ଜଣେ ସଂକ୍ରମିତଙ୍କ ନମୁନା ପରୀକ୍ଷାରେ କରୋନା ଭାଇସର ନୂଆ ଷ୍ଟ୍ରେନ୍ ଠାବ ହୋଇଛି । ଗତ ନଭେମବର ୨୫ରୁ ଡିସେମ୍ୱର ୨୩ ଭିତରେ ପାଖାପାଖି ୩୩ ହଜାର ଭାରତୀୟ ବ୍ରିଟେନରୁ ଭାରତ ଫେରିଛନ୍ତି ।

ବ୍ରିଟେନ୍ ଫେରନ୍ତାଙ୍କୁ ଟ୍ରାକ କରାଯାଉଛି । ସଂପୃକ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କର RT-PCR ଟେଷ୍ଟ କରିବାକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୧୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.