Latest Odisha News

BREAKING NEWS

ଆନ୍ଦୋଳନ ବେଳେ ମୁହାଁମୁହିଁ, ୬ ପୋଲିସ କର୍ମଚାରୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ନିକଟସ୍ଥ ପକୋଡ଼ିବନ୍ଧ ଛକରେ ଗୁରୁବାର ଡ୍ରାଇଭର ସଙ୍ଘ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟ ହିଂସାତ୍ମକ ରୂପ ନେବା ପରେ ମୁହାଁମୁହିଁ ହୋଇଛନ୍ତି ଡ୍ରାଇଭର ଓ ପୋଲିସ ଅଧିକାରୀ। ଏହି ଘଟଣାରେ ୬ ପୋଲିସ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଟ୍ରକ୍ଗୁଡ଼ିକୁ ପୁଲିସ ଅଟକାଇବାକୁ ଉଦ୍ୟମ କରିବାରୁ ଚାଳକମାନେ ଉଗ୍ରରୂପ ଧାରଣ କରିଥିଲେ। ଆହତ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୁଧବାର ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଠାରେ ଓଡ଼ିଶା ଡ୍ରାଇଭର ଆସୋସିଏସନର ଆନ୍ଦୋଳନକାରୀ ସଦସ୍ୟ ଓ ଅନ୍ୟ ରାଜ୍ୟରୁ ଆସିଥିବା ଡ୍ରାଇଭରମାନେ ମୁହାଁମୁହିଁ ହୋଇଥିଲେ।

ଗୁରୁବାର ସକାଳେ ଅନ୍ୟ ରାଜ୍ୟର ଡ୍ରାଇଭରମାନେ ଯିବାକୁ ଉଦ୍ୟମ କରୁଥିବା ବେଳେ ଆନ୍ଦୋଳନକାରୀ ଡ୍ରାଇଭରମାନେ ସେମାନଙ୍କୁ ଅଟକାଇଥିବା ଅଭିଯୋଗ ରହିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ମଧ୍ୟରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା।

ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ଆରମ୍ଭ ହୋଇଥିବା ଧର୍ମଘଟ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା। ଆନ୍ଦୋଳନରତ ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଛନ୍ତି। କାରଣ ଦୁଇ ଦିନ ହେଲା ବାହାର ରାଜ୍ୟରୁ ଆସୁଥିବା ଟ୍ରକ ଗୁଡିକ ଅଟକି ରହିଛି।

Comments are closed.