Latest Odisha News

BREAKING NEWS

୬ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ୩୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ବେଗୁନିଆପଡା, ବିଇଏମସି, ପୋଲସରା, ପୁରୁଷୋତ୍ତମପୁର, ସାନଖେମୁଣ୍ଡି ଓ ସେରଗଡ ଅଞ୍ଚଳରୁ କରୋନା ପଜିଟିଭ ହୋଇଛନ୍ତି ।

ସେହିପରି ଅନ୍ୟ୧୫ ଜଣକ ମଧ୍ୟରେ ହିଞ୍ଜିଳିକାଟୁ (୧), କେ. ଏସ ନଗର (୪), ପୋଲସରା (୨), ପୁରୁଷୋତ୍ତମପୁର (୧), ସାନଖେମୁଣ୍ଡି (୫) ଓ ସେରଗଡ (୨)ରୁ ଜଣ ରହିଛନ୍ତି । ଏହାଛଡା ଆଉ ୯ ପଜିଟିଭଙ୍କର ଟ୍ରାଭେଲ୍ ହିଷ୍ଟି ରହିଛି ।

ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.