Latest Odisha News

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର, ୬ ମୃତ ଓ ୨୦ ଆହତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋର-ଅହମ୍ମଦାବାଦ ହାଇଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ୬ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ୨୦ରୁ ଅଧିକ । ସେମାନଙ୍କ ଭିତରେ କିଛି ଲୋକଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।ଧାର ଜିଲ୍ଲାର ଇନ୍ଦୋର-ଅହମ୍ମଦାବାଦ ହାଇଓ୍ୱରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିଲା ।

ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ ରାସ୍ତାରେ ଠିଆ ହୋଇତିଲା । ଏତିକିବେଳେ ପଛ ପଟରୁ ଆସି ଧକ୍କା ଦେଇଥିଲା ଟ୍ୟାଙ୍କର । ଘଟଣାସ୍ଥଳରେ ୪ ଓ ହସ୍ପିଟାଲରେ ଆଖି ବୁଜିଥିଲେ ଆଉ ଦୁଇ ଜଣ ।

ଦୁର୍ଘଟଣା ଘଟାଇ ସେଠାରୁ ଫେରାର ହୋଇଯାଇଥିଲା ଟ୍ୟାଙ୍କର ଚାଳକ । ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ।

Leave A Reply

Your email address will not be published.