Latest Odisha News

BREAKING NEWS

ଓଲଟି ପଡ଼ିଲା ବରଯାତ୍ରୀ ଟ୍ରାକ୍ଟର, ୬ ମୃତ ୨୦ ଆହତ

ଅମରବତୀ : ଆନ୍ଧ୍ରପ୍ରଦେଶର ଚିତ୍ତୋର୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବରଯାତ୍ରୀ । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବଲିଜାପଲ୍ଲେ ଗାଁରୁ ଟ୍ରାକ୍ଟରରେ ଝିଅ ଘର ଆଡକୁ ବରଯାତ୍ରୀ ଯାଉଥିବା ସମୟରେ ଭାରସମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତାକଡକୁ ଓଲଟି ପଡିଥିଲା ।

ଦୁର୍ଘଟଣାରେ ଟ୍ରାକ୍ଟର ଚାଳକ, ଦୁଇ ଜଣ ମହିଳା ଓ ୩ ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି  ଆହତଙ୍କ ମଧ୍ୟରେ ବିବାହ କରିବାକୁ ଯାଉଥିବା ବର ହେମନ୍ତ କୁମାର ମଧ୍ୟ ସାମିଲ ଅଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିତ୍ତୋର, ବେଲ୍ଲୁର ଓ ତିରୁପତି ହସ୍ପିଟାଲରେ ଭର୍ତ୍ତି କରିଛି ।

Leave A Reply

Your email address will not be published.