Latest Odisha News

BREAKING NEWS

ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି । ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି୨୦ ଖେଳିବ । ଫେବୃୟାରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ । ଦୁଇ ଦେଶ ମଧ୍ୟରେ ୪ଟି ଟେଷ୍ଟ ଏବଂ ୩ଟି ଦିନିକିଆ ଖେଳାଯିବ । ଆଗଜୁ ଦିନିକିଆ ବିଶ୍ୱକପ ଭାରତରେ ଖେଳାଯିବାକୁ ଥିବାରୁ ଏହି ୩ଟି ସିରିଜ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଆସନ୍ତା ବର୍ଷ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଖେଳାଯିବାକୁ ଅଛି । ଏହି ସିରିଜକୁ ଏକତରଫା ଜିତିଲେ ଭାରତ ଫାଇନାଲକୁ ଯାଇପାରେ । ଯାହାକି ବର୍ତମାନ ପରିସ୍ଥିତିରେ ଅସମ୍ଭବ ଜଣାପଡୁଛି ।

ଶ୍ରୀଲଙ୍କା ବିପକ୍ଷ ସିରିଜ କାର୍ଯ୍ୟସୂଚୀ-
୩ ଜାନୁୟାରୀ: ପ୍ରଥମ ଟି୨୦ (ମୁମ୍ବାଇ) । ୫ ଜାନୁୟାରୀ:ଦ୍ୱିତୀୟ ଟି୨୦ (ପୁଣେ) । ୭ ଜାନୁୟାରୀ: ତୃତୀୟ ଟି୨୦(ରାଜକୋଟ) । ୧୦ ଜାନୁୟାରୀ: ପ୍ରଥମ ଦିନିକିଆ(ଗୌହାଟୀ) । ୧୨ ଜାନୁୟାରୀ: ଦ୍ୱିତୀୟ ଦିନିକିଆ (କୋଲକାତା) । ୧୫ ଜାନୁୟାରୀ: ତୃତୀୟ ଦିନିକିଆ (ତ୍ରିଭେନ୍ଦ୍ରମ) ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ-
୧୮ ଜାନୁୟାରୀ: ପ୍ରଥମ ଦିନିକିଆ(ହାଇଦ୍ରାବାଦ) । ୨୧ ଜାନୁୟାରୀ: ଦ୍ୱିତୀୟ ଦିନିକିଆ (ରାୟପୁର) । ୨୪ ଜାନୁୟାରୀ: ତୃତୀୟ ଦିନିକିଆ(ଇନ୍ଦୋର) । ୨୭ ଜାନୁୟାରୀ: ପ୍ରଥମ ଟି୨୦(ରାଂଚୀ) । ୨୯ ଜାନୁୟାରୀ: ଦ୍ୱିତୀୟ ଟି୨୦(ଲକ୍ଷ୍ନୌ) । ୧ଫେବୃୟାରୀ: ତୃତୀୟ ଦିନିକିଆ (ଅହମ୍ମଦାବାଦ) ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ-
୯ରୁ ୧୩ ଫେବୃୟାରୀ: ପ୍ରଥମ ଟେଷ୍ଟ (ନାଗପୁର) । ୧୭ରୁ ୨୧ ଫେବୃୟାରୀ: ଦ୍ୱିତୀୟ ଟେଷ୍ଟ (ଦିଲ୍ଲୀ) । ୧ରୁ ୫ ମାର୍ଚ୍ଚ: ତୃତୀୟ ଟେଷ୍ଟ (ଧର୍ମଶାଳା) । ୯ରୁ ୧୩ ମାର୍ଚ୍ଚ: ଚତୁର୍ଥ ଟେଷ୍ଟ (ଅହମ୍ମଦାବାଦ) । ୧୭ ମାର୍ଚ୍ଚ: ପ୍ରଥମ ଦିନିକିଆ (ମୁମ୍ବାଇ) । ୧୯ ମାର୍ଚ୍ଚ: ଦ୍ୱିତୀୟ ଦିନିକିଆ(ବିଶାଖପଟନମ) । ୨୨ ମାର୍ଚ୍ଚ: ତୃତୀୟ ଦିନିକିଆ (ଚେନ୍ନାଇ) ।

Leave A Reply

Your email address will not be published.