Latest Odisha News

BREAKING NEWS

ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ

ଶିମଲା: ବୁଧବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘରେ ଅଗ୍ନିକାଣ୍ଡ ଘଟି ଜୀବନ୍ତ ଦଗ୍ଧ ହୋଇ ତିନି ଜଣ ଶିଶୁଙ୍କ ସମେତ ଛଅ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶର ସିରମୌର ଜିଲ୍ଲାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ମକରସଂକ୍ରାନ୍ତିର ଉତ୍ସବ ପରିବେଶକୁ ଶୋକରେ ପରିଣତ କରିଛି । ସିରମୌର ଜିଲ୍ଲାର ନୌହରାଧର ଉପ-ବିଭାଗର ତଲଙ୍ଗନା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଡିସି ସିରମୌର ପ୍ରିୟଙ୍କା ବର୍ମା ଅଗ୍ନିକାଣ୍ଡ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଆହତଙ୍କୁ ହସ୍ପିଟାଲକୁ ପଠାଯାଇଛି।

ପୋଲିସର ସୂଚନା ଅନୁଯାୟୀ, ବୁଧବାର ରାତି ୨ଟାରୁ ୩ଟା ମଧ୍ୟରେ ମୋହନ ଲାଲଙ୍କ ଘରେ ଏହି ଅଘଟଣ ଘଟିଥିଲା। ଅଗ୍ନିକାଣ୍ଡର ପ୍ରାରମ୍ଭିକ କାରଣ ସର୍ଟସର୍କିଟ୍ ବୋଲି ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଏକ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି । ସମସ୍ତ ମୃତକ ମକର ସଂକ୍ରାନ୍ତିରେ ମାଘି ମହୋତ୍ସବରେ ଯୋଗ ଦେଇଥିଲେ

ଘଟଣାର ତୁରନ୍ତ ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.