Latest Odisha News

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ । ସେହିପରି ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଏଯାଏଁ ନିଖୋଜ ଅଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି।  ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସେହିପରି ୨୪ଟି ଜିଲ୍ଲାର ୧୩୯ଟି ବ୍ଲକର ୪୯୬୪ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଭାଙ୍ଗିଛି ୭ ହଜାର ୫୪୦ଟି ଘର ।  ପ୍ରଭାବିତ ହୋଇଛନ୍ତି ୨୩ ଲକ୍ଷ ୮୨ ହଜାର ୭୯୫ ଜଣ ଲୋକ । ଏଯାବତ୍ ୨୦ ହଜାର ୫୫୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ସେପଟେ ହୀରାକୁଦ ପାଣି ଛାଡୁଛି । ଏପଟେ ଫୁଲି ଚାଲିଛି ମହାନଦୀ।  ଉପରମୁଣ୍ଡରୁ ପାଣି ଆସୁଛି, ଲଗାଣ ବର୍ଷାପରଠୁ ତଳ ମୁଣ୍ଡରେ ବି ଉଚ୍ଛୁଳୁମୁଚ୍ଛୁଳୁ ହେଲାଣି ନଈ । ଆଜି ସଂଧ୍ୟା ପରଠୁ ଦୁଇଟି ପର୍ଯ୍ୟାୟରେ ଆଉ ୧୦ଟି ଗେଟ୍ ଖୋଲାଯିବାରୁ ଏବେ ମୋଟ୍ ୨୮ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ପ୍ରବେଶ କରୁଛି ।  ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି ।

ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି। ମୁଣ୍ଡୁଳୀଠାରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ଆଶା କରାଯାଉଥିବାରୁ ମହାନଦୀରେ ଏକ ଛୋଟ କିମ୍ବା ମଧ୍ୟମଧରଣର ବନ୍ୟା ଆଶଙ୍କା କରାଯାଉଛି । ତେବେ ଏହାଦ୍ୱାରା ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବାର ଆଶଙ୍କା ନାହିଁ ବୋଲି ଏସଆରସି ।

ଲଗାଣ ବର୍ଷା କାରଣରୁ ରାଜ୍ୟର ୬ଟି ନଦୀର ଜଳସ୍ତର ବଢୁଛି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ବଂଶଧାରା ଓ ଜଳକା ଫୁଲୁଛି।

Leave A Reply

Your email address will not be published.