Latest Odisha News

BREAKING NEWS

ମା’ଦୁର୍ଗାଙ୍କ ମନ୍ଦିରରେ ମୂଷା ମାହାତ୍ମ୍ୟ

ବିକାନୀର: ଆମ ଚାରିପାଖେ କିଛି ନା କିଛି ରହସ୍ୟ ରହିଛି । ଯାହା ଆମେ ଭେଦ କରିବା ସମ୍ଭବ ନୁହେଁ । ଆମ ଆଖି ସାମନାରେ ସେହି ରହସ୍ୟମୟ ଘଟଣା ଘଟିଚାଲିଥିଲେ ବି ତାର ସତ୍ୟତାଠୁ ଆମେ ବହୁ ଦୂରରେ । ସେମିତି ଏକ ରହସ୍ୟମୟ ଘଟଣା ଦେଖିବା ଏକ ମନ୍ଦିରରେ । ଯେଉଁଠି ହଜାର ହଜାର ମୂଷା ଘୁରିବୁଲୁଛନ୍ତି । ଆଉ ଶ୍ରଦ୍ଧାଳୁ ମାନେ ଖୁବ୍ ଶ୍ରଦ୍ଧାରେ ସେମାନଙ୍କୁ ପୂଜା କରିବା ସହିତ ସେମାନଙ୍କ ଅଇଁଠାକୁ ବି ପ୍ରସାଦ ଭାବେ ପାଉଛନ୍ତି । ରୋଗର ବାହାକ କୁହାଯାଉଥିବା ମୂଷା ପାଇଁ ସେମାନଙ୍କର ସମସ୍ତ ରୋଗ ବି ଭଲ ହୋଇଯାଉଛି । ହେଲେ ଏହା କିଭଳି ସମ୍ଭବ । ଏହାକୁ ନେଇ ଅନେକ କଥା ରହିଛି । ହେଲେ ତାର ସତ୍ୟତା କିନ୍ତୁ କାହାକୁ ବି ଜଣା ନାହିଁ ।

ବହୁତ ଅଜବ ମନ୍ଦିର । ମୂଷାର ଅଇଁଠା ପ୍ରସାଦ ରୂପେ ଦିଆଯାଉଛି । ଏ ହେଉଛି ରାଜସ୍ଥାନ ବିକାନୀରଠାରୁ ୩୦କିଲୋମିଟର ଦୂରରେ ରହିଛି କର୍ଣ୍ଣୀ ମାତା ମନ୍ଦିର । ଯେଉଁଠି ୨୦ହଜାରରୁ ଅଧିକ ମୂଷା ରହୁଛନ୍ତି । ଏହି ମୂଷା ମାନଙ୍କ ପାଇଁ ଆଜି ଯାଏ ରୋଗରେ ପଡିନାହାନ୍ତି । ଏହି ଅଇଁଠା ଖାଇଲେ ସବୁ ରୋଗ ମଧ୍ୟ ଭଲ ହୋଇଯାଇଥାଏ । ଯାହା ଲୋକଙ୍କର ବିଶ୍ୱାସ ରହିଛି । ହେଲେ ଆଜିଯାଏ କୌଣସି ଲୋକ ରୋଗରେ ପଡିଥିବା କେହି ଜାଣି ନାହାନ୍ତି । ଖାଲି ସେତିକି ନୁହେଁ ଏମାନଙ୍କ ଦ୍ୱାରା ପରିବେଶ ମଧ୍ୟ ସୁସ୍ଥ ରହିଛି ।

କର୍ଣ୍ଣୀ ମାତା କହିଲେ ମା’ଜଗଦମ୍ବା ଙ୍କ ଅବତାର ବୁଝାଏ । ହେଲେ ଏହି ମାଆ ଦୁର୍ଗା ଆଉ ମୂଷା ସହିତ ରହିଛି କଣ ସମ୍ପର୍କ ତାହା ଆଜି ଯାଏ କେହି ବି ଜାଣି ନାହାନ୍ତି । ଏନେଇ ଅନେକ ଲୋକକଥା ମାନ ରହିଛି । ବହୁ ପୁରୁଣା କିମ୍ବଦନ୍ତୀ ମଧ୍ୟ ଯୋଡି ହୋଇ ରହିଛି ଏହି ମାଆ ଦୁର୍ଗା ଆଉ ମୂଷା ମାନଙ୍କ ନେଇ । କଥା ରହିଛି ମା’ଦୁର୍ଗାଙ୍କ କର୍ଣ୍ଣୀ ଅବତାରରେ ତାଙ୍କ ପୁଅକୁ ହରାଇଥିଲେ । ଶେଷରେ ଭଗବାନ ତାଙ୍କ ପୁଅକୁ ଫେରାଇଥିଲେ । ତାହା ପୁଣି ମୂଷା ଅବତାରରେ । ଆଉ ସେବେଠୁ ପ୍ରଥମେ ମନ୍ଦିରର ଭୋଗ ମୂଷା ମାନଙ୍କଠାରେ ଲାଗି ହେବା ପରେ ସର୍ବସାଧାରଣରେ ବଣ୍ଟାଯାଇଥାଏ ।


ସବୁଠୁ ବଡ଼ କଥା ହେଲା ମୂଷା ପ୍ଲେଗର ବାହକ ଥିବାବେଳେ ଏଠି କିନ୍ତୁ ମୂଷାର ଅଇଁଠା ପ୍ରସାଦ ରୂପେ ସମସ୍ତେ ପାଇଥାନ୍ତି । ଆଉ ଆଜିଯାଏ କେହି ମଧ୍ୟ କୌଣସି ରୋଗର ଶିକାର ହୋଇଥିବା ଖବର ମିଳିନି । ଏନେଇ ବୈଜ୍ଞାନିକ ମାନେ ବି ବହୁ ପରୀକ୍ଷା ନିରୀକ୍ଷା କରି ଫେଲ୍ ମାରିଛନ୍ତି ।
ହେଲେ ମନ୍ଦିର ଆଉ ମୂଷା ନେଇ କଣ ରହିଛି ରହସ୍ୟ ତାହା ଆଜି ବି ସମସ୍ତଙ୍କ ଅଗୋଚରରେ ରହିଛି ।

Leave A Reply

Your email address will not be published.