Latest Odisha News

୬ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର: ଆଜି ରାଜ୍ୟରୁ ଯେତିକି ପଜିଟିଭ୍ ତାର ଅଧା ୬ଟି ଜିଲ୍ଲାରୁ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଅଧିକ ଟେଷ୍ଟିଂ ହେଉଛି । ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ । ତଥାପି ସେକେଣ୍ଡ ଓ୍ୱେଭରେ ଉପରମୁହାଁ ସ୍ଥିତି ରାଜ୍ୟବାସୀଙ୍କୁ ଆତଙ୍କିତ କରୁଛି । ୬ଟି ଜିଲ୍ଲାରେ ବର୍ଦ୍ଧିତ ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଟକ । ଆଜି ରାଜ୍ୟରୁ ୬ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଏହି ୬ଜିଲ୍ଲାରୁ କେବଳ ଅଧା ପଜିଟିଭ୍ ଅଛନ୍ତି । ଏହି ୬ଜିଲ୍ଲାରୁ ବାହାରିଛନ୍ତି ୩ହଜାର ୧୮୫ ସଂକ୍ରମିତ ।

ସେହିପରି କୋଭିଡ୍ ରେଡ୍ ଜୋନରେ ୬ଟି ଯାକ ଜିଲ୍ଲା ରହିଛି । ରାଜ୍ୟରେ ବର୍ତ୍ତମାନ ୩୫ହଜାର ୭୫ଟି ଆକ୍ଟିଭ୍ କେସ୍ ରହିଛି । ସେଥିରୁ ୬ଟି ଜିଲ୍ଲାରେ ରହିଛି କେବଳ ୧୮ହଜାର ୪୪୯ ସକ୍ରିୟ ମାମଲା । ଅର୍ଥାତ ମୋଟ୍ ଆକ୍ଟିଭ୍ କେସର ୫୨ ପ୍ରତିଶତ ।

BjdElectrycity

ଅଧିକ ସଂକ୍ରମିତ ଏହି ୬ ଜିଲ୍ଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କରୋନା ରେଡ୍ ଜୋନରେ ଅଛି ରାଜ୍ୟର ୧୧ଟି ଜିଲ୍ଲା । ବିଶେଷ କରି ଛତିଶଗଡ଼ ସୀମାରେ ଥିବା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କେବଳ ସୀମାନ୍ତବର୍ତ୍ତୀ ମାଲକାନଗିରି ଓ କୋରାପୁଟରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

Leave A Reply

Your email address will not be published.