Latest Odisha News

BREAKING NEWS

ମୃତ୍ୟୁର ଠିକଣା ଏହି ବାବାମାନଙ୍କ ପାଖରେ ହଜି ଯାଇଥିଲା !

ପୁରୀ: ଧାର୍ମିକ ଗ୍ରନ୍ଥ ଅନୁସାରେ ହିନ୍ଦୁ ଧର୍ମରେ ଅଶ୍ୱଥମା, ମହାବୀର ହନୁମାନ, ଜାମ୍ବବାନ, ବିଭୀଷଣ, ପର୍ଶୁରାମ, ମହର୍ଷି ବ୍ୟାସ, କୃପାଚାର୍ଯ୍ୟ ଓ ରାଜା ବଳୀ ହଜାର ହଜାର ବର୍ଷ ଧରି ଜୀବିତ ରହିଛନ୍ତି । ଏହା କାଳ୍ପନିକ କିମ୍ବା ସତ୍ୟ ତା ମଧ୍ୟରେ ଆମେ ପଶିବାକୁ ଚାହୁଁ ନାହିଁ । ତେବେ କଳିଯୁଗରେ ଏବେ ବି କେତେକ ବ୍ୟକ୍ତିଙ୍କ ଅଧିକ ବର୍ଷ ବଂଚିବା ନେଇ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ । ଦେବହରା ନାମକ ମାହାତ୍ମା ୭୫୦ ବର୍ଷ ଧରି ବଂଚି ରହିଥିଲେ ବୋଲି ସେମାନଙ୍କ ଶିଷ୍ୟ ଦାବୀ କରି ଆସୁଛନ୍ତି । ତାଙ୍କ ମୃତ୍ୟୁ ୧୯୯୦ରେ ହୋଇଥିଲା ।ସେହିପରି ତ୍ରୈଲଙ୍ଗ ସ୍ୱାମୀ (ଗଣପତି ସରସ୍ୱତୀ) ମଧ୍ୟ ୨୮୬ ବର୍ଷ ଜୀବିତ ରହିଥିଲେ । ୧୬୦୧ରେ ନୃସିଂହ ରାଓ ଓ ବିଦ୍ୟବତୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ସେ ବାରାଣାସୀରେ ୧୭୩୭ରୁ ୧୮୮୭ ପର୍ଯନ୍ତ ରହିଥିଲେ । ବେଙ୍ଗଲର ସନ୍ଥ ଲୋକନାଥଜୀ ୩୧ ଅଗଷ୍ଟ ୧୭୩୦ରେ ଜନ୍ମ ଗ୍ରହଣ କରିଥିଲେ । ୩ ଜୁନ ୧୮୯୦ରେ ତାଙ୍କର ଦେହାନ୍ତ ହୋଇଥିଲେ । ମହାବତାର ବାବା ୫୦୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ ବୋଲି ତାଙ୍କ ଚେଲାମାନେ ଦାବୀ କରି ଆସୁଛନ୍ତି । ଏହି ବାବାମାନଙ୍କ ଏତେ ଦିନ ଧରି ବଂଚିବା ସତ କି ମିଛ ତାହା ଜଣା ନ ଥିଲେ ମଧ୍ୟ ଏହି ରହସ୍ୟ ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇ ପାରି ନାହିଁ ।

Leave A Reply

Your email address will not be published.