Latest Odisha News

BREAKING NEWS

ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୬ଟି ଗେଟ୍

ସମ୍ବଲପୁର:ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ୁଥିବାରୁ ଖୋଲିଲା ୬ଟି ଗେଟ୍ । ଆଜି କିଛି ଘଣ୍ଟା ପୂର୍ବରୁ ପ୍ରଥମେ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍‌ ଖୋଲିଥିଲେ । ପରେ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଲା ।

୨ଟି ଗେଟ୍‌ ଖୋଲାଥିବା ବେଳେ ଜଳଭଣ୍ଡାରର ଜଳସ୍ତର ୬୨୬.୩୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଥିଲା ୭୪.୪୭୨ କ୍ୟୁସେକ ଜଳ ।

ଅନ୍ୟପଟେ ରାଜ୍ୟର କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହା ସ୍ପଷ୍ଟ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।

 

Comments are closed.