ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ । ଆଜି ବାମ ଦଳ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି । ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମଏଲ୍) ଓ ଫରଓ୍ୱାର୍ଡ ବ୍କଲ ଆଦି ୪ଟି ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ପାଳନ ହେଉଛି । ଦରବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ।

ସକାଳୁ ସକାଳୁ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବାମ ଦଳର କର୍ମକର୍ତ୍ତା । ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି । ରେଳରୋକ ବି କରିଛନ୍ତି ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ଏହି ୬ ଘଣ୍ଟିଆ ବନ୍ଦକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ଓ କିଛି ଟ୍ରେଡ୍ ୟୁନିଅନ୍ । ଲୋକଙ୍କୁ ଆଜି ଦିନେ ପେଟ୍ରୋଲ ଓ ଡିଜେଲ ନକିଣିବାକୁ ଅପିଲ କରିଛି ଦଳ ।

ଦିନକୁ ଦିନ ଦରବୃଦ୍ଧିର ଅସନ୍ତୋଷ ତେଜିବାରେ ଲାଗିଛି । ପେଟ୍ରୋଲ ଦାମ୍ ରାଜ୍ୟରେ ଶହେ ଟଙ୍କା ପାର କରିଥିବା ବେଳେ ଡିଜେଲ ଦାମ୍ ୯୭ ଟଙ୍କା ଉପରେ । ତାସାଙ୍ଗକୁ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର କମାଇବା ସହ କଳାବଜାରି ବନ୍ଦ ଆଦି ଦାବି କରାଯାଇଛି ।
BREAKING NEWS
- ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ
- ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ଖୁବ୍ ଶୀଘ୍ର ହେବ ଚୂଡ଼ାନ୍ତ; ଜର୍ମାନୀ ଭାରତକୁ ଦେବ ୬ଟି ଘାତକ ବୁଡ଼ାଜାହାଜ
- ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି
- କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ
- ବୋମା ଧମକ ପରେ ସ୍ଵାଭାବିକ ହେଲା କୋର୍ଟ କାର୍ଯ୍ୟ…
- ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
Comments are closed.