Latest Odisha News

BREAKING NEWS

ବଡ଼ଦାଣ୍ଡରେ ‘ ଅବିନଶ୍ୱର ଶ୍ରୀଜଗନ୍ନାଥ ‘ ଲୋକାର୍ପିତ

ପୁରୀ : ପବିତ୍ର ରଥଯାତ୍ରା ଅବସରରେ ‘ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ’ ଦ୍ୱାରା ପୀତବାସ ରାଉତରାୟଙ୍କ ସମ୍ପାଦନାରେ ଅନୁଭୂତି ଓ ଅନୁଭବର ବିଂଶତମ ସଙ୍କଳନ ‘ ଅବିନଶ୍ଵର ଶ୍ରୀଜଗନ୍ନାଥ ‘ ପୁରୀ ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାପତି ସୁଦର୍ଶନ ଦାସ ମହାପାତ୍ରଙ୍କ ଦ୍ୱାରା ସମର୍ପିତ ହୋଇଯାଇଛି ।

ଏହି ସଙ୍କଳନରେ ତିନିଜଣ ରାଜ୍ୟପାଳ, ଚାରିଜଣ ଖବର କାଗଜ ସମ୍ପାଦକ, ପାଞ୍ଚଜଣ ପତ୍ରିକା ସମ୍ପାଦକ, ଦୁଇଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରତିଭା, ତିନିଜଣ ଦିବଂଗତ ଜଗନ୍ନାଥପ୍ରେମୀ ମନ୍ତ୍ରୀ, ଚଳିତ ବର୍ଷର କୋଡ଼ିଏ ଜଣ ପୁରସ୍କୃତ ପ୍ରତିଭା ତଥା ସମାଜର ବିଭିନ୍ନବର୍ଗର ଶହେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତରଙ୍ଗ ଅନୁଭବ ଓ ଅନୁଭୂତି ସ୍ଥାନ ପାଇଛି । ଏହା ସହ ଏହି ସଂଖ୍ୟାରେ ଜନ୍ମଶତବାର୍ଷିକୀ ଉପଲକ୍ଷେ ସୁରେନ୍ଦ୍ର ମହାନ୍ତି ଓ କମଳ ଲୋଚନ ମହାନ୍ତିଙ୍କ ଉପରେ ସ୍ୱତନ୍ତ୍ର ଉପସ୍ଥାପନା, ତିନୋଟି ମଠର ଇତିହାସ, ତିନୋଟି ମନ୍ଦିର ନିର୍ମାଣର କାହାଣୀ ତଥା ଶ୍ରୀମନ୍ଦିରର ଦୁଇଜଣ ପ୍ରଶାସକ ଓ ତିନିଜଣ ସେବାୟତଙ୍କ ଅନୁଭୂତି ମଧ୍ୟ ସ୍ଥାନ ପାଇଛି । ଏହା ବ୍ୟତୀତ ୨୦ଜଣ ଚିତ୍ରଶିଳ୍ପୀଙ୍କ ଶ୍ରୀଜଗନ୍ନାଥଙ୍କୁ ନେଇ ୨୦ଟି ରଙ୍ଗୀନ ଚିତ୍ର ମଧ୍ୟ ସ୍ଥାନ ପାଇଛି ।

ଏହି ସଙ୍କଳନର ପ୍ରଚ୍ଛଦ ଓ ଅଳଙ୍କରଣ କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା । ୭୬୮ ପୃଷ୍ଠାର ଏହି ସଙ୍କଳନଟି ବହୁଳ ଭାବରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଦୃତ ହେବ ବୋଲି ସମ୍ପାଦକ ଶ୍ରୀ ରାଉତରାୟ କହିଛନ୍ତି।

Leave A Reply

Your email address will not be published.