ଭୁବନେଶ୍ୱର: ରାଜଧାନୀ ଭବନେଶ୍ୱରରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ନେଇଛନ୍ତି । ରାଜଧାନୀକୁ ୩ଟି ଜୋନ୍ରେ ବିଭକ୍ତ କରି ୬ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ଆକ୍ସନ ମୁଡ୍ରେ ଅଛନ୍ତି ,ସେମାନେ ଫିଲ୍ଡକୁ ଓହ୍ଲାଇଛନ୍ତି। ଭୁବନେଶ୍ୱରରେ ୩ଟି ଜୋନ୍ ପାଇଁ ଚୟନ ହୋଇଥିବା ୬ ଆଇଏଏସ୍ ଅଫିସର ଆଜିଠୁ ହିଁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।
ଉତ୍ତର ଜୋନର ଦାୟିତ୍ୱରେ ଥିବା ବରିଷ୍ଠ ଆଇଏସ ଅଫିସର ରଞ୍ଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀ ଉତ୍ତର ଭୁବନେଶ୍ୱରର ବିଏମସି କାର୍ୟ୍ୟାଳୟରେ ପହଁଚି ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏସ.କେ ଲୋହାନୀ ଏବଂ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣ ପୂର୍ବ ଜୋନ୍ର ଦାୟିତ୍ୱ ମିଳିଛି । ଅଶୋକ ମିନା ଓ ଭାସ୍କର ଜ୍ୟୋତି ମିଶ୍ରଙ୍କୁ ଦକ୍ଷିଣ ପଶ୍ଚିମ ଜୋନ୍ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନେ ପ୍ରାଥମିକ ଏବଂ ଦ୍ୱିତୀୟ କଂଟାକ୍ଟଙ୍କ ନମୂନା ସଂଗ୍ରହ, କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଂଟ ଜୋନ୍ର ସର୍ଭେଲାନ୍ସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବେ ।
BREAKING NEWS
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
Comments are closed.