Latest Odisha News

ଭାରତର ୪ ରାଜ୍ୟରେ ବାଦୁଡି ନିକଟରୁ ମିଳିଲା କରୋନା ଭାଇରସ!

ନୂଆଦିଲ୍ଲୀ: ଭାରତର ୪ଟି ରାଜ୍ୟର ବାଦୁଡିଙ୍କ ନିକଟରେ କରୋନା ଭାଇରସ ରହିଥିବା ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି । କେରଳ, ହିମାଚଳ, ତାମିଲନାଡୁ ଓ ପୁଡୁଚେରୀରୁ ସଂଗ୍ରହ କରାଯାଇଥିବା ବାଦୁଡିଙ୍କ ନିକଟରୁ କୋଭିଡ-୧୯ର ଭାଇରସ ସାର୍ସ ସିଓବି ୨ ସହ ମେଳ ଖାଉଛି । ତେବେ ଏଥିନେଇ ଅଫିସିଆଲି ଭାବେ କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ । ଏହା ଉପରେ ଅଧ୍ୟୟନ କରାଯିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ ବୋଲି ରିସର୍ଚ୍ଚ କରୁଥିବା ଟିମ୍ କହିଛି ।

୧୦ଟି ରାଜ୍ୟର ବାଦୁଡିଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା । କର୍ଣ୍ଣାଟକ, ଚଣ୍ଡୀଗଡ, ଓଡିଶା, ପଞ୍ଜାବ, ଗୁଜରାଟ ଓ ତେଲଙ୍ଗାନା ରାଜ୍ୟର ରିପୋର୍ଟ ନେଗେଟିଭ ଆସିଥିଲା । ରିସର୍ଚ୍ଚ ଟିମ୍ ମତରେ ବାଦୁଡିରୁ ମଣିଷ ଶରୀରକୁ କିପରି ସଂକ୍ରମଣ ବ୍ୟାପିଲା, ବାଦୁଡି ଶରୀର କିପରି ଏହି ସଂକ୍ରମଣର ମୁକାବିଲା କରୁଛି ପରି ବିଷୟର ଗବେଷଣା ଜାରି ରହିଛି ।

Comments are closed.