ଭୁବନେଶ୍ୱର: ରାଜଧାନୀ ଭବନେଶ୍ୱରରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ନେଇଛନ୍ତି । ରାଜଧାନୀକୁ ୩ଟି ଜୋନ୍ରେ ବିଭକ୍ତ କରି ୬ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ଆକ୍ସନ ମୁଡ୍ରେ ଅଛନ୍ତି ,ସେମାନେ ଫିଲ୍ଡକୁ ଓହ୍ଲାଇଛନ୍ତି। ଭୁବନେଶ୍ୱରରେ ୩ଟି ଜୋନ୍ ପାଇଁ ଚୟନ ହୋଇଥିବା ୬ ଆଇଏଏସ୍ ଅଫିସର ଆଜିଠୁ ହିଁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।
ଉତ୍ତର ଜୋନର ଦାୟିତ୍ୱରେ ଥିବା ବରିଷ୍ଠ ଆଇଏସ ଅଫିସର ରଞ୍ଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀ ଉତ୍ତର ଭୁବନେଶ୍ୱରର ବିଏମସି କାର୍ୟ୍ୟାଳୟରେ ପହଁଚି ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏସ.କେ ଲୋହାନୀ ଏବଂ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣ ପୂର୍ବ ଜୋନ୍ର ଦାୟିତ୍ୱ ମିଳିଛି । ଅଶୋକ ମିନା ଓ ଭାସ୍କର ଜ୍ୟୋତି ମିଶ୍ରଙ୍କୁ ଦକ୍ଷିଣ ପଶ୍ଚିମ ଜୋନ୍ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନେ ପ୍ରାଥମିକ ଏବଂ ଦ୍ୱିତୀୟ କଂଟାକ୍ଟଙ୍କ ନମୂନା ସଂଗ୍ରହ, କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଂଟ ଜୋନ୍ର ସର୍ଭେଲାନ୍ସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବେ ।
BREAKING NEWS
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ

Comments are closed.