Latest Odisha News

BREAKING NEWS

ବ୍ରହ୍ମପୁର ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଛନ୍ତି । ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ୬ଜଣ ଅନ୍ତେବାସୀ ଚମ୍ପଟ ମାରି କୁଆଡ଼େ ପଳାଇଛନ୍ତି । ଏନେଇ ଆଜି ବୈଦ୍ୟନାଥପୁର ଥାନାରେ ଏନେଇ ଅଭିଯୋଗ ହୋଇଛି ।

ଏହି ବାଳସୁଧାର ଗୃହରେ ୧୧୨ଜଣ ଅନ୍ତେବାସୀ ରହୁଥିଲେ । ଜଗୁଆଳି ୬ଜଣ ରହୁଥିବା କୋଠରୀରେ କେହି ନଥିବାର ଦେଖି ସେ ତୁରନ୍ତ ସୁପରିଟେଣ୍ଡେଣ୍ଟ ପି. ରମେଶ ରାଓଙ୍କୁ ସୂଚନା ଦେଇଥିଲେ । ପରେ ଏନେଇ ସୁପରିଟେଣ୍ଡେଣ୍ଟ ଆଜି ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ଅନେକ ଥର ଅନ୍ତେବାସୀମାନେ ଚମ୍ପଟ ମାରିଥିଲେ । ତେବେ ଏନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.